February 15, 2025

୪ ନାବାଳକଙ୍କୁ ପୁଲିସର ସାଂଘାତିକ ନିର୍ଯାତନା !

 

ଚିତ୍ରକୋଣ୍ଡା: ମାଲକାନଗିରି ୪ ନାବାଳକଙ୍କୁ ୩ ଦିନ ଧରି ପୁଲିସର ସାଂଘାତିକ ନିର୍ଯାତନା ନେଇ ଅଭିଯୋଗ ହୋଇଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସ ବିରୋଧରେ ମାଡ ମରାଯିବା ସହ ବିଦ୍ୟୁତ ସକ୍ ଦେଇଥିବା ଅଭିଯୋଗ ଆସିଛି। ଗତ ୧୨ ତାରିଖରେ ହୋଇଥିବା ଏକ ଚୋରି ମାମଲାରେ ୪ ନାବାଳକଙ୍କୁ ପୋଲିସ୍ ଥାନାକୁ ନେଇଥିଲା। ତାସହ ତିନି ଦିନ ଧରି ମାଡ ମାରିବା ସହ ବିଦ୍ୟୁତ୍‌ ସକ୍ ଦେଇଥିବା ଅଭିଯୋଗ ହୋଇଛି।

ଏହାପରେ ୪ ନାବାଳକଙ୍କୁ ୩ ଦିନ ପରେ କୋର୍ଟଚାଲାଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପରିକି ବାହାରର ଲୋକ ଥାନାରେ ପଶି ସଂପୃକ୍ତ ନାବାଳକଙ୍କୁ ମାଡ ମାରିଥିବା ଅଭିଯୋଗ କରିଛନ୍ତି। ଏନେଇ ପରିବାର ଲୋକେ ଏସପିଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ ବି ସମ୍ଭବ ହୋଇପାରିନଥିବା ପରିବାର ଲୋକେ କହିଛନ୍ତି। ତେବେ ଏଭଳି ନିର୍ଯାତନା ଅଭିଯୋଗକୁ ଚିତ୍ରକୋଣ୍ଡା ଥାନା ଆଇଆଇସି ସୂର୍ଯ୍ୟପ୍ରକାଶ ନାୟକ।

୪ ଜଣଙ୍କ ମଧ୍ୟରୁ ୨ଜଣଙ୍କ ୧୩ ବର୍ଷ, ଅନ୍ୟ ୨ ଜଣଙ୍କ ୧୫ ବର୍ଷ ଓ ୧୬ ବର୍ଷ। ଚୋରି କରୁଥିବା କହି ଥାନାରେ ବହୁତ ପିଟିଛନ୍ତି। କେବଳ ସେତିକି ନୁହେଁ, ଦେହ ଉପରେ ପାଣି ଢାଳି କରେଣ୍ଟ୍ ସକ୍‌ ଦେଇ ପିଟୁଛନ୍ତି। ଏମିତିକି ନାକ କାନରୁ ରକ୍ତ ବାହାରୁଛି। 
-ମୁନି ବାଗ୍, ଗିରଫ ନାବାଳକଙ୍କ ସମ୍ପର୍କୀୟ
ଗିରଫ ୪ ଅଭିଯୁକ୍ତଙ୍କୁ ଜୁଭେନାଇଲ କୋର୍ଟକୁ ଚାଲାଣ କରାଯାଇଛି। ସେମାନଙ୍କ ନାଁରେ ଚୋରି କରିବା ନେଇ ଅଭିଯୋଗ ଆସିଥିଲା। ତଦନ୍ତ ପରେ ଚୋରି କରିବା ନେଇ ସ୍ପଷ୍ଟ ହୋଇଥିଲା। ସେମାନଙ୍କ ଉପରେ ନିର୍ଯାତନାର ଅଭିଯୋଗ ସମ୍ପୂର୍ଣ୍ଣ ମିଛ। କୌଣସି ଲୋକ ସେମାନଙ୍କୁ ବାଡେଇନାହାନ୍ତି, ଏହି ଅଭିଯୋଗର କୌଣସି ସତ୍ୟତା ନାହିଁ।  
-ସୂର୍ଯ୍ୟପ୍ରକାଶ ନାୟକ, ଚିତ୍ରକୋଣ୍ଡା ଥାନା ଆଇଆଇସି 
Spread the love