July 1, 2025

ବିମାନ ବନ୍ଦର ଦେଇ ବ୍ୟାପିଛି କରୋନା

ନୂଆଦିଲ୍ଲୀ,୧୦/୨: ଚୀନ୍‌ର ୱୁହାନରୁ ସୃଷ୍ଟି ହୋଇଥିବା ଭୟଙ୍କର କରୋନା ଭାଇରସ ଏବେ ପୃଥିବୀର ୧୫ଟି ଦେଶକୁ ବ୍ୟାପୀ ଯାଇଛି। ବିଭିନ୍ନ ଦେଶକୁ କରୋନା ଭାଇରସ ବ୍ୟାପିବାର ପ୍ରମୁଖ ମାଧ୍ୟମ ବିମାନ ବନ୍ଦର ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। କେବଳ ୱୁହାନ ବିମାନ ବନ୍ଦର ଦେଇ ବିଶ୍ବର ୧୫ ଦେଶକୁ କରୋନା ଭାଇରସ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। କରୋନା ଭାଇରସ ସଂକ୍ରମଣ ଭୟ ଥିବା‌ ପ୍ରମୁଖ ୨୦ ରାଷ୍ଟ୍ର ମଧ୍ୟରେ ଭାରତ ରହିଛି ବୋଲି ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଏଥି‌ରେ ଭାରତ ୧୭ତମ ସ୍ଥାନରେ ରହିଛି। ଜର୍ମାନୀ ହମ୍‌ବୋଲ୍‌ଟ ବିଶ୍ବବିଦ୍ୟାଳୟ ପକ୍ଷରୁ କରାଯାଇଥିବା ‘୨୦୧୯ ନଭେଲ କରୋନା ଭାଇରସ ଗ୍ଲୋବାଲ ରିସ୍କ ଆସେସମେଣ୍ଟ’ ଶୀର୍ଷକ ଗବେଷଣା ରିପୋର୍ଟରେ ଏହା ପ୍ରକାଶ ପାଇଛି। ବିଶ୍ବର ୪,୦୦୦ ବିମାନ ବନ୍ଦରରେ ଏହି ଅନୁଧ୍ୟାନ କରାଯାଇଥିଲା। ତେବେ କରୋନା ଭାଇରସ ସଂକ୍ରମଣ ନେଇ ଭାରତର ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର, ମୁମ୍ବାଇର ଛତ୍ରପତି ଶିବାଜୀ ବିମାନବନ୍ଦର, କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନ ବନ୍ଦର ସର୍ବାଧିକ ବିପଦପୂର୍ଣ୍ଣ ବୋଲି ଏହି ଗ‌ବେଷଣା ରିପୋର୍ଟ ପ୍ରକାଶ ପାଇଛି। ଏହି ତାଲିକାରେ ବେଙ୍ଗାଲୁରୁ, ‌ଚେନ୍ନାଇ, ହାଇଦରାବାଦ ଓ କୋଚି ବିମାନ ବନ୍ଦର ମଧ୍ୟ ଅସୁରକ୍ଷିତ ବୋଲି ଦର୍ଶାଯାଇଛି।

Spread the love