January 21, 2025

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ କରୋନା ଭାଇରସ୍‌ ‘ସ୍କ୍ରିନିଂ’ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୨୭/୧: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କରୋନା ଭାଇରସ୍‌ ‘ସ୍କ୍ରିନିଂ’ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହୋଇଛି। ଏଥିରେ କ୍ୟାପିଟାଲ୍‌ ହସ୍ପିଟାଲର ଡାକ୍ତର ଓ କର୍ମଚାରୀମାନେ ସାମିଲ ହୋଇଛନ୍ତି। କରୋନା ଭାଇରସ୍‌ ସଂକ୍ରମଣର ମୁୁକାବିଲା ନିମନ୍ତେ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଛି। ଅନ୍ୟପକ୍ଷରେ ଚୀନ୍‌ରେ ବସବାସ କରୁଥିବା କୌଣସି ଭାରତୀୟ ଆଜିସୁଦ୍ଧା କରୋନାଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇନଥିବା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ତରଫରୁ କୁହାଯାଇଛି। ଚୀନ୍‌ରେ ବସବାସ କରୁଥିବା କୌଣସି ଭାରତୀୟ ଆଜିସୁଦ୍ଧା କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇନାହାନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ତରଫରୁ କୁହାଯାଇଛି। ରବିବାର ସୁଦ୍ଧା ୧୩୭ ବିମାନର ୨୯, ୭୦୦ ଯାତ୍ରୀଙ୍କୁ ଯାଞ୍ଚ କରାଯାଇଥିଲେ ବି କାହାରିଠାରେ କରୋନା ଭାଇରସ୍‌ ନଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ସୂଚନାଯୋଗ୍ୟ, କରୋନା ଭାଇରସ୍‌ ସଂକ୍ରମଣ ଯୋଗୁଁ ସୋମବାର ସୁଦ୍ଧା ଚୀନ୍‌ରେ ୮୦ ଜଣ ପ୍ରାଣ ହରାଇଥିବାବେଳେ ୨୭୪୪ ଜଣ ଆକ୍ରାନ୍ତ ହୋଇଛନ୍ତି।

Spread the love