July 27, 2024

Satya News

odia news channel

ଭୁବନେଶ୍ୱରରେ ବାର୍ଡ ଫ୍ଲୁ: ଆଜିଠୁ କୁକୁଡ଼ା ମରା ଅଭିଯାନ

ଭୁବନେଶ୍ୱର,୨୮/୧: ଭୁବନେଶ୍ୱରରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି। ବହୁ କୁକୁଡ଼ା ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ରକ୍ତ ନମୁନା ପରୀକ୍ଷା ପରେ ଜଣାପଡ଼ିଛି। ଖବର ଅନୁଯାୟୀ, ଦୁଇଦିନ ହେଲା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ଅଧୀନ ଫାର୍ମରେ କୁକୁଡ଼ା ମଡ଼କ ଦେଖା ଦେଇଥିଲା। ଫଳରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବାର୍ଡ ଫ୍ଲୁ ଆଶଙ୍କା କରି କୁକୁଡ଼ାଙ୍କ ରକ୍ତ ନମୁନା ଭୋପାଳସ୍ଥିତ ଟେଷ୍ଟିଂ ଲାବ୍‌କୁ ପଠାଇଥିଲେ। ସେଠାରୁ ସୋମବାର ରିପୋର୍ଟ ପିଜିଟିଭ୍‌ ଆସିବା ପରେ କୁକୁଡାଙ୍କୁ ବାର୍ଡ ଫ୍ଲୁ ହୋଇଥିବା ସ୍ପଷ୍ଟ ହୋଇଛି। ଏ ନେଇ ଓୟୁଏଟି ପକ୍ଷରୁ ସୂଚନା ଦିଆଯିବା ସହ ଆଜିଠୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଥିବା ଓୟୁଏଟି ପାଥୋଲୋଜି ମୁଖ୍ୟ ସୁରେଶ ପଣ୍ଡା କହିଛନ୍ତି। ଓୟୁଏଟିଠାରୁ ୧କିମି ପରିବ୍ୟାପ୍ତ ଅଞ୍ଚଳରେ କୁକୁଡ଼ା ମାରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି।

Spread the love