September 8, 2024

Satya News

odia news channel

ଦିଲ୍ଲୀ ବିଧାନସଭା ନିର୍ବାଚନ: କାଉଣ୍ଟିଂ ଅପଡେଟ

ନୂଆଦିଲ୍ଲୀ,୧୧/୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ମଙ୍ଗଳବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ନିର୍ବାଚନରେ ନିଜର ଶକ୍ତି ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଥମ ଆସନରେ ଆପ୍‌ ବିଜୟ ଲାଭ କରିଛି। ଶୀଲମପୁର ଆସନରେ ଆପ୍‌ର ଅବଦୁଲ୍‌ ରେହମାନ ବିଜୟୀ ହୋଇଛନ୍ତି। ସେହିପରି ଦେଓଲି ସଂରକ୍ଷିତ ଆସନରୁ ଆପ୍‌ର ପ୍ରକାଶ ଜରୱାଲ ବିଜୟୀ ହୋଇଛନ୍ତି। ତିଲକନଗର ଆସନରୁ ଆପ୍‌ର ଜର୍ଣ୍ଣେଲ୍‌ ସିଂହ ବିଜୟୀ ହୋଇଛନ୍ତି। ତ୍ରିନଗର ଆସନରେ ଆପର ପ୍ରୀତି ତୋମର ବିଜୟ ଲାଭ କରିଛନ୍ତି। ଶାଲିମାରବାଗରେ ଆପର ବନ୍ଦନା କୁମାରୀ, ଓଖଲାରେ ଆପର ଅମାନତୁଲ୍ଲା ଖାନ, ସଙ୍ଗମ ବିହାର ଆସନରୁ ଆପର ଦୀନେଶ ମୋହନିଆ ବିଜୟୀ ହୋଇଛନ୍ତି। ଏଥିସହ ଭୋଟ୍ ଗଣତିରେ ଆପ୍ ଆଗୁଆ ରହିଛି। ନୂଆଦିଲ୍ଲୀ ଆସନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଗୁଆ ରହିଥିବାବେଳେ ପତପଡଗଞ୍ଜ ଆସନରେ ଆପର ମନୀଷ ସିସୋଦିଆ ପଛୁଆ ରହିଛନ୍ତି। ମଡେଲ ଟାଉନ୍ ଆସନରେ ବିଜେପିର କପିଲ ମିଶ୍ରା ପଛୁଆ, ରୋହିଣୀ ଆସନରେ ବିଜେପିର ବିଜେନ୍ଦର କୁମାର ଆଗୁଆ, ଚାନ୍ଦିନୀଚୌକ ଆସନରେ କଂଗ୍ରେସର ଅଳକା ଲାମ୍ବା ପଛୁଆ, କସ୍ତୁରୀ ନଗର ଆସନରେ ଅପର ମଦନଲାଲ ଆଗୁଆ, ବାବନା ଆସନରୁ ବିଜେପିର ରବୀନ୍ଦର କୁମାର ଆଗୁଆ, ତୁଗଲକବାଦରୁ ବିଜେପିର ବିକ୍ରମ ବିଧୁରୀ ଆଗୁଆ, କିରାରି ଆସନରୁ ବିଜେପିର ଅନିଲ ଝା ଆଗୁଆ, କ୍ରିଷ୍ଣାନଗର ଆସନରେ ବିଜେପିର ଅନିଲ ଗୋୟଲ ଆଗୁଆ, ରାଜିନ୍ଦରନଗରରୁ ପ୍ପର ରାଘବ ଚଢା ଆଗୁଆ, ଉତ୍ତର-ପଶ୍ଚିମ ଦିଲ୍ଲୀ ଆସନରେ ଆପର ରାଖୀ ବିର୍ଲା ଆଗୁଆ, ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଆସନରେ ବିଜେପିର ମନୀଷ ସିଂହ ଆଗୁଆ ଏବଂ କାଲକାଜି ଆସନରେ ଆପର ଅତିସୀ ଆଗୁଆ ରହିଛନ୍ତି।

Spread the love