May 25, 2024

Satya News

odia news channel

ଦିଲ୍ଲୀରେ ଭୋଟ ଗଣତି ଜାରି: ୫୪ ଆସନରେ ଆପ୍‌, ୧୬ଟିରେ ବିଜେପି ଆଗୁଆ

ନୂଆଦିଲ୍ଲୀ,୧୧/୨: ଦିଲ୍ଲୀରେ ଭୋଟ ଗଣତି ମଙ୍ଗଳବାର ଜାରି ରହିଥିବାବେଳେ ଆମ ଆଦମି ପାର୍ଟି(ଆପ୍‌) ଦୃଢ଼ ସ୍ଥିତିରେ ରହିଛି। ଅଦ୍ୟାବଧି ମିଳିଥିବା ସୂଚନା ଅନୁସାରେ ମୋଟ ୭୦ଟି ଆସନରୁ ଆପ୍‌ ୫୪ରେ ଓ ବିଜେପି ୧୬ଟି ଆସନରେ ଆଗୁଆ ରହିଛି। ଗତଥର ଭଳି ଏଥର ମଧ୍ୟ କଂଗ୍ରେସର ଖାତା ଖାଲି ପଡ଼ିଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁସାରେ ଆପ୍‌ ୫୦ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୧୯ଟି ଆସନରେ ଆଗୁଆ ରହିଛି। ଆପ୍‌ ପ୍ରାୟ ୫୧ ପ୍ରତିଶତ ଓ ବିଜେପି ୪୦.୪୪ ପ୍ରତିଶତ ଭୋଟ ପାଇଛି। କଂଗ୍ରେସ ମାତ୍ର ୪.୨୭ ପ୍ରତିଶତ ଭୋଟ ପାଇଛି। ସୂଚନା ଅନୁଯାୟୀ, ୨୧ ମତଗଣନା କେନ୍ଦ୍ରରେ ସକାଳ ୮ଟାରେ ଭୋଟ ଗଣତି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଥିଲା। ସୂଚନାଯୋଗ୍ୟ, ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ ମୋଟ ୭୦ଟି ଆସନରୁ ୬୭ଟିରେ ଜିତିଥିଲା। ବିଜେପି ମାତ୍ର ୩ଟିରେ ସନ୍ତୁଷ୍ଟ ଥିବାବେଳେ କଂଗ୍ରେସ ଖାତା ଖୋଲି ପାରିନଥିଲା।

Spread the love