July 26, 2024

Satya News

odia news channel

ଦିଲ୍ଲୀ ବିଧାନସଭା ନିର୍ବାଚନ: ଭୋଟ୍ ଗଣତି ଆଜି

ନୂଆଦିଲ୍ଲୀ,୧୧/୨: ଦିଲ୍ଲୀ ବିଧାନସଭାର ନିର୍ବାଚନର ମଙ୍ଗଳବାର ଭୋଟ୍ ଗଣତି କରାଯିବ। ୨୧ଟି କେନ୍ଦ୍ରରେ ଭୋଟ୍ ଗଣତି କରାଯିବାନେଇ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ରଣବୀର ସିଂହ ସୂଚନା ଦେଇଛନ୍ତି। ସକାଳ ୮ଟାରୁ ଗଣତି ଆରମ୍ଭ ହେବ। ସୂଚନାଯୋଗ୍ୟ, ଗତ ଶନିବାର ଦିଲ୍ଲୀ ବିଧାନସଭାର ୭୦ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା। ଏଥିରେ ୬୨.୫୯ ପ୍ରତିଶତ ମତଦାନ ହୋଇଥିଲା। ମୋଟ ୬୭୨ ଜଣ ପ୍ରାର୍ଥୀ ଉକ୍ତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଉଲ୍ଲେଖଯୋଗ୍ୟ, ଗତ ବିଧାନସଭା ନିର୍ବାଚନରେ ଆମ୍ ଆଦ୍‌ମୀ ପାର୍ଟି ୬୭ ଆସନ ଜିତିଥିଲାବେଳେ ବିଜେପି ୩ଟି ଆସନ ପାଇଥିଲା ଏବଂ କଂଗ୍ରେସ ଆଦୌ ଖାତା ଖୋଲିପାରି ନଥିଲା। ଏଥର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆମ୍ ଆଦ୍‌ମୀ ପାର୍ଟି(ଆପ୍‌) ତୃତୀୟଥର କ୍ଷମତା ଅକ୍ତିଆର କରି ହାଟ୍ରିକ୍ କରିବ ବୋଲି ଅଧିକାଂଶ ଏକ୍‌ଜିଟ୍ ପୋଲ୍ ଫଳାଫଳରୁ ଜଣାପଡ଼ିଛି।

Spread the love