February 15, 2025

ଶୀତରେ ରୁପିକୁ କୁହନ୍ତୁ ବାଏ, ଆପଣାନ୍ତୁ ଏହି ଉପାୟ

ରୁପି ସମସ୍ୟାର ଘରୋଇ ଉପଚାର 

ସାଧାରଣତଃ ଶୀତ ଦିନରେ ରୁପି ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥାଏ। ଏହା ଦ୍ୱାରା କେଶ ଝଡ଼ିଯାଇଥାଏ ଏବଂ ରୁକ୍ଷ ହୋଇଯାଏ।ଏହାକୁ ସୌନ୍ଦର୍ଯ୍ୟ ହାନିର କାରଣ ବୋଲି ଧରାଯାଏ। କିନ୍ତୁ କେତେକ ଘରୋଇ ଉପଚାର ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ତେବେ ଆସନ୍ତୁ ଜାଣିବା ଏହାର ଉପଚାର ବିଷୟରେ, ଯାହାକୁ ଆପଣେଇଲେ କେଶ ଚମକି ଉଠିବ।
  • ଆଲୋବେରା ଜେଲ

    ଆଲୋବେରା ଜେଲକୁ ଚୁଟିରେ ଲଗାଇ ଅଧଘଣ୍ଟା ପରେ ସାମ୍ପୁ କରନ୍ତୁ। ଏହା ଦ୍ୱାରା ରୁପି ଦୂର ହୋଇଥାଏ।

  • ଲେମ୍ବୁ ରସ

    ଲେମ୍ବୁରେ ପ୍ରଚୁର ପରିମାଣର ଭିଟାମିନ ସି ଥାଏ, ଯାହାକି କେଶ ପାଇଁ ଅତ୍ୟନ୍ତ ଉପଯୋଗୀ। ଲେମ୍ବୁକୁ ଦୁଇଫାଳ କରି ମୁଣ୍ଡରେ ଘଷିବା ଦ୍ୱାରା ରୁପି ସମସ୍ୟାରୁ ମୁକ୍ତି ମିଳେ।

  • ବେକିଂ ସୋଡ଼ା

    କେଶକୁ ପ୍ରଥମେ ଅଳ୍ପ ଉଷୁମ ପାଣିରେ ଧୋଇ ବେକିଂ ସୋଡ଼ାର ପେଷ୍ଟ ଲଗାନ୍ତୁ ଏବଂ ଅଧ ଘଣ୍ଟା ପରେ ସାମ୍ପୁ କରନ୍ତୁ। ଏହା ରୁପି ସମସ୍ୟା ପାଇଁ ଲାଭଦାୟକ ହୋଇଥାଏ।

  • ମେଥି

    ମେଥିକୁ ରାତି ସାରା ପାଣିରେ ଭିଜାଇ ରଖନ୍ତୁ ଏବଂ ଏହାର ପେଷ୍ଟ କରନ୍ତୁ। ଏହି ପେଷ୍ଟକୁ ଚୁଟିରେ ଲଗାଇବା ଦ୍ୱାରା ରୁପି ଦୂର ହୋଇଥାଏ।

Spread the love