July 26, 2024

Satya News

odia news channel

ପୂଜାଘର ଏବଂ ବାସ୍ତୁ ଟିପ୍ସ

୧. ପୂଜାଘରକୁ ସର୍ବଦା ସ୍ୱଚ୍ଛ, ପବିତ୍ର ଓ ଶୁଦ୍ଧ ରଖିବା ଉଚିତ । ପ୍ରାଚୀନ ମନ୍ଦିରରୁ ଅଣାଯାଇଥିବା କୌଣସି ମୂର୍ତ୍ତି ପୂଜାଘରେ ସ୍ଥାପନ କରିବା ଅନୁଚିତ ।
୨. ହବନ ସାମଗ୍ରୀ ଆଦି ପୂଜାଘରର ଆଗ୍ନେୟ କୋଣରେ ରହିବା ଦରକାର ।
୩. ପୂଜାଘର କାନ୍ଥର ରଙ୍ଗ ଧଳା, ଲାଇଟ ହଳଦିଆ କିମ୍ବା ହାଲକା ନୀଳ ରହିଲେ ଭଲ ।
୪. ହନୁମାନଙ୍କ ମୁହଁ ନୈରୁତ କୋଣକୁ ରହିବା ଉଚିତ ।
୫. ଗଣେଶ, କୁବେର ଓ ଦୁର୍ଗାଙ୍କ ମୁଖ ଦକ୍ଷିଣଦିଗକୁ ରଖାଯାଉ ।
୬. ପ୍ରବେଶଦ୍ୱାର ସମ୍ନାରେ ପ୍ରତିମା ରହିବା ଉଚିତ ନୁହେଁ ।
୭. ଶୟନ କକ୍ଷଠାରୁ ଦୂରରେ ପୂଜାଘର କରିବା ଆବଶ୍ୟକ ।
୮. ବ୍ରହ୍ମା, ବିଷ୍ଣୁ, ଶିବ, କାର୍ତ୍ତିକଙ୍କ ମୁହଁ ପୂର୍ବଦିଗରେ ରହିଲେ ଭଲ ।
୯. ମୂର୍ତ୍ତି ପ୍ରବେଶଦ୍ୱାର ସାମ୍ନାରେ ରହିବା ଠିକ ନୁହେଁ ।
୧୦. ପୂଜାଘରକୁ ସବୁବେଳେ ଢାଙ୍କି ରଖନ୍ତୁ ।
୧୧. ପୂଜାଘର ନିକଟରେ କୌଣସି ଝାଡ଼ୁ ବା ଡଷ୍ଟବିନ ରଖିବା ଅନୁଚିତ ।
୧୨. ବାସ୍ତୁ ସିଦ୍ଧାନ୍ତ ଅନୁସାରେ ପୂଜାଘର ତିଆରି କରାଗଲେ ପରିବାରରେ ସକଳ ପ୍ରକାର ସୁଖ ସମୃଦ୍ଧି ବୃଦ୍ଧିପାରେ ।
୧୩. ଐଶାନ୍ୟ କୋଣ ପବିତ୍ର ରହିଲେ ଶୁଭଫଳ ମିଳିଥାଏ ।
୧୪. ରାତିରେ ଶୋଇବା ପୂର୍ବରୁ ପୂଜାଘରକୁ ବନ୍ଦ କରନ୍ତୁ ।

Spread the love