July 22, 2024

Satya News

odia news channel

ଅବକାରୀ ବିଭାଗ ଆସିଷ୍ଟାଣ୍ଟ୍ କମିଶନରଙ୍କ ଆତ୍ମହତ୍ୟା!

ଭୁବନେଶ୍ୱର,୨୯/୧୨: କେନ୍ଦ୍ରୀୟ ଅବକାରୀ ବିଭାଗର ଆସିଷ୍ଟାଣ୍ଟ କମିଶନର ଅର୍ଜୁନ କୁମାର ଧଳଙ୍କ ଝୁଲନ୍ତା ମୃତଦେହ ରବିବାର ଉଦ୍ଧାର କରାଯାଇଛି। ଭୁବନେଶ୍ୱରର ବରମୁଣ୍ଡାସ୍ଥିତ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ସେ ଆଉ ୬ ମାସ ପରେ ଚାକିରିରୁ ଅବସର ନେଇଥାନ୍ତେ ବୋଲି ସୂଚନା ମିଳିଛି।

Spread the love