March 27, 2025

ରାଜ୍ୟରେ ଶୀତ ଲହରି ଜାରି: କେନ୍ଦୁଝର ଓ ସୁନ୍ଦରଗଡ଼ରେ ବରଫ ଆସ୍ତରଣ

ଭୁବନେଶ୍ୱର,୨୯/୧୨: ସାରା ରାଜ୍ୟରେ ଶୀତ ଲହରି ଜାରି ରହିଛି। ଶନିବାର ରାଜ୍ୟର ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବାବେଳେ ରବିବାର ୧୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି। ଏଥିସହ ସୋନପୁର ସହରର ତାପମାତ୍ରା ୩.୪ ଡିଗ୍ରୀକୁ ଖସି ପୁଣିଥରେ ଥଣ୍ଡା ସହରରେ ପରିଣତ ହୋଇଛି। ଅନ୍ୟପକ୍ଷରେ ଅନୁଗୋଳରେ ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ, ଫୁଲବାଣୀରେ ୫, ଦାରିଙ୍ଗିବାଡ଼ିରେ ୫.୫, ଟିଟିଲାଗଡ଼ରେ ୬.୧, ଭବାନୀପାଟଣାରେ ୬.୫, କେନ୍ଦୁଝରରେ ୬.୬, ଝାରସୁଗୁଡ଼ାରେ ୭.୩, ସମ୍ବଲପୁରରେ ୭.୪, ବଲାଙ୍ଗିରରେ ୮, ବାଲେଶ୍ୱରରେ ୮.୬, କଟକରେ ୮.୮, ସୁନ୍ଦରଗଡ଼ରେ ଓ ବାରିପଦାରେ ୯ ଏବଂ କୋରାପୁଟରେ ୯.୬ ଡିଗ୍ରୀ ରେକର୍ଡ କରାଯାଇଛି। ସକାଳେ କେନ୍ଦୁଝର ଜିଲ୍ଲା ବାଉରିପଦା ଓ କାଞ୍ଜିପାଣି ଅଞ୍ଚଳରେ ଏବଂ ସୁନ୍ଦରଗଡ଼ ଜିଲ୍ଲାର ବଣାଇ, କୋଇଡା, ଟେନ୍ସା, ଡେଙ୍ଗୁଲା, କଲମଙ୍ଗ, କଳାଟା, ମାଲଦା ଓ ସାନ ଇନ୍ଦୁପୁର ଆଦି ଅଞ୍ଚଳରେ ବରଫର ଆସ୍ତରଣ ପଡ଼ିଥିବା ଦେଖିବାକୁ ମିଳିଛି। ସେହିଭଳି ବରଗଡ଼ ଜିଲ୍ଲାର ଝାରବନ୍ଧ ଓ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ତୁଷାରପାତ ହୋଇଛି।

Spread the love