March 28, 2025

ଭୁଶୁଡିଲା ନିର୍ମାଣାଧୀନ ରେଲୱେ ଓଭର୍‌ବ୍ରିଜ୍‌: ରେଳ ଚଳାଚଳ ବାତିଲ

ବାଲେଶ୍ୱର,୨୯/୧୨: ବାଲେଶ୍ୱର-ଭଦ୍ରକ ବାଟରେ ପଡୁଥିବା ପ୍ରଥମ ରେଲୱେ ଓଭର୍‌ବ୍ରିଜ୍‌ ଭୁଶୁଡ଼ି ପଡ଼ିଛି। ଫଳରେ ଉକ୍ତ ରୁଟରେ ରେଳ ଚଳାଚଳ ଅନିର୍ଦ୍ଦିଷ୍ଟ କାଳଯାଏଁ ବାତିଲ କରାଯାଇଛି। ସୂଚନାନୁଯାୟୀ, ପ୍ରାୟ ୬୦ ମିଟର ଦୀର୍ଘ ଉକ୍ତ ଓଭର୍‌ବ୍ରିଜ୍‌ରେ ୬ଟି ଗାର୍ଡର୍‌ ଲାଗିବାକୁ ଥିବାବେଳେ ରବିବାର ଶେଷ ଗାର୍ଡର୍‌ଟି ଲଗାଯିବା ପରେ ପ୍ରଥମ ଗାର୍ଡର୍‌ଟି ତଳକୁ ଖସିପଡ଼ିଥିଲା। ଏଥିସହ ତୃତୀୟ ଏବଂ ଚତୁର୍ଥ ଗାର୍ଡର୍‌ ମଧ୍ୟ ବାଙ୍କି ଯାଇଛି। ଫଳରେ ଉପରେ ଟଣାଯାଇଥିବା ବିଦ୍ୟୁତ ତାରଗୁଡ଼ିକ ଛିଡ଼ିଯାଇ ତଳେ ପଡ଼ିଛି। ରେଳ ବିଭାଗର ଇଞ୍ଜିନିୟର୍‌, ମେକାନିକ୍‌, କର୍ମଚାରୀ ଏବଂ ବହୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ କଡ଼ା ନଜର ରଖିବା ସହ ଅବସ୍ଥା ସୁଧାରିବାକୁ ଉଦ୍ୟମ ଚଳାଇଛନ୍ତି। ଅଘଟଣ ଆଶଙ୍କାରେ ବାଲେଶ୍ୱର-ଶୋଭାରାମପୁର ସଡ଼କରେ ଯାନବାହାନ ଚଳାଚଳ ବନ୍ଦ ରଖାଯାଇଛି।

Spread the love