
ଆଠକମଲ୍ଲିକ: ଏକ ଦୁଷ୍କର୍ମ ଅଭିଯୋଗ ଘଟଣାକୁ ନେଇ ତାଙ୍କୁ ମିଛରେ ବଦନାମ କରାଯାଉଥିବା କହିଛନ୍ତି ଆଠମଲ୍ଲିକର ପୂର୍ବତନ ବିଧାୟକ ସଂଜୀବ ସାହୁ । କିଶୋରନଗର ଥାନା ଅଞ୍ଚଳରେ ଏକ ଦୁଷ୍କର୍ମ ଘଟଣାରେ ସଂଜୀବଙ୍କ ରୋଷେୟା ଅଭିଯୁକ୍ତ ଅଛନ୍ତି । ତେବେ ଏନେଇ ସେ ପୋଲିସ ଉପରେ ଚାପ ପକାଉଛନ୍ତି ବୋଲି କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏପରି ଅଭିଯୋଗ ସଂପୂର୍ଣ୍ଣ ମିଛ ଓ ଭିତ୍ତିହୀନ ବୋଲି ସଂଜୀବ କହିଛନ୍ତି ।
ଗତ କିଛି ମାସ ତଳେ କିଶୋରନଗର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଅଙ୍ଗପଡା ଗାଁର ରାଜୀବ ଲୋଚନ ପ୍ରଧାନ ନାମକ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପ୍ରାୟ ୩ମାସ ପରେ ବି ରାଜୀବକୁ ପୋଲିସ ଗିରଫ କରିପାରିନି । ତେବେ ରାଜୀବ ପୂର୍ବରୁ ସଂଜୀବଙ୍କ ଘରେ ରୋଷେଇ କରୁଥିଲା ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍