January 23, 2026

ନନ୍ଦନକାନନ @ ୬୦

ଭୁବନେଶ୍ବର,୩୦/୧୨: ନନ୍ଦନକାନନର ୬୦ତମ ପ୍ରତିଷ୍ଠା ଦିବସ ରବିବାର ଧୁମଧାମରେ ପାଳିତ ହୋଇଯାଇଛି। ଏଥିପାଇଁ ମୁଖ୍ୟ ଗେଟଠାରୁ ଆରମ୍ଭ କରି ଭିତର ଖୁଆଡ଼ ପର୍ଯ୍ୟନ୍ତ ସୁନ୍ଦର ଫୁଲରେ ସାଜସଜ୍ଜା କରାଯାଇଥିଲା। ଏହି ଅବସରରେ ପ୍ରାଣୀ ଉଦ୍ୟାନ ପକ୍ଷରୁ ୪ଟି ଖୁଆଡ଼ର ଉଦଘାଟନ କରାଯାଇଛି। କାମାରିନ ମାଙ୍କଡ଼, ମାର୍ମୋସେଟ ଓ ଧୁସର ଗଧିଆ ଭଳି ୩ଟି ନୂଆ ଖୁଆଡ ଉଦଘାଟିତ ହୋଇଛି। ସେହିଭଳି ଏଣିକି ସମ୍ରାଟ ଓ ରେଣୁକାଙ୍କ ଔରସରୁ ଜନ୍ମ ହୋଇଥିବା ବିରଳ କଳା ବାଘ ବାସୁ ଓ ସ୍ପନ୍ଦନଙ୍କୁ ପର୍ଯ୍ୟଟକମାନେ ଦେଖିପାରିବେ। ସେମାନଙ୍କୁ ୩୩ ନମ୍ବର ଖୁଆଡରେ ଛଡ଼ାଯାଇଛି। ବିଧାୟକ ସୁର ରାଉତରାୟ ଓ ସୁଶାନ୍ତ ରାଉତ ଅତିଥି ଭାବେ ଯୋଗଦେଇ ସେମାନଙ୍କର ନାମକରଣ କରିଥିଲେ। ସୂଚାନଯୋଗ୍ୟ, ୧୯୬୦ ଡିସେମ୍ବର ୨୯ରେ ନନ୍ଦନକାନନ ପ୍ରତିଷ୍ଠା ହୋଇଥିଲା। ସେତେବେଳେ ମାତ୍ର ୭ଟି ପ୍ରଜାତିର ଜୀବଜନ୍ତୁଙ୍କୁ ନେଇ ଆରମ୍ଭ ହୋଇଥିବା ନନ୍ଦନକାନନରେ ଏବେ ୧୪୯ ପ୍ରଜାତିର ଜୀବଜନ୍ତୁ ଅଛନ୍ତି।

Spread the love