March 27, 2025

କାର ଦୁର୍ଘଟଣାଗ୍ରସ୍ତ, ୪ ମୃତ

ନୟାଗଡ,୧୧/୧: ନୟାଗଡ଼ ଜିଲ୍ଲା କରଡ଼ା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ କାର ଡ୍ରାଇଭରଙ୍କ ସହ ଗୋଟିଏ ପରିବାରର ତିନିଜଣ ସଦସ୍ୟ ରହିଥିବା ଜଣାପଡ଼ିଛି। ସୂଚନାନୁସାରେ, ନନ୍ଦିଘର ନେଳିଆ ସାହିର ଚାଉଳ ମିଲ ମାଲିକ ଚିରଞ୍ଜିବୀ ସାହୁ(୪୦) କୌଣସି କାମରେ ଶୁକ୍ରବାର ଭୁବନେଶ୍ୱର ଯାଇଥିବାବେଳେ ବିଳମ୍ବିତ ରାତିରେ ଫେରୁଥିଲେ। ଏହି ସମୟରେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଚିରଞ୍ଜିବୀଙ୍କ ସହ ପତ୍ନୀ ମଧୁସ୍ମିତା ସାହୁ( ୩୫), ପୁଅ ଆଦିତ୍ୟ କୁମାର ସାହୁ (୧୧) ଏବଂ ଡ୍ରାଇଭର ସନ୍ତୋଷ ନାୟକଙ୍କ ମୃତ୍ୟୁ ଘଟିଛି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଘଟଣାର ତଦନ୍ତ ଚାଲିଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Spread the love