ଭୁବନେଶ୍ୱର,୧୦/୧: ରାଜଧାନୀ ଭୁବନେଶ୍ୱରସ୍ଥିତ ମାର୍କେଟ ବିଲ୍ଡିଂରେ ଶୁକ୍ରବାର ସନ୍ଧ୍ୟାରେ ଆତଙ୍କ ଖେଳାଇଛନ୍ତି ଦୁର୍ବୃତ୍ତ। କେହି କିଛି ବୁଝିବା ଆଗରୁ ୨୦-୨୫ ମୁଖାପିନ୍ଧା ଯୁବକ ସ୍ଥାନୀୟ ଉଠା ଦୋକାନୀଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ।
ବିଏମସି ଅଧୀନ ମଲ୍ ପାଖ ତଥା ବିଲ୍ଡିଂ ପରିସର ପ୍ରବେଶପଥରେ ଆଖପାଖ ଉଠା ଦୋକାନୀମାନଙ୍କୁ ଯାହାକୁ ପାରିଲେ ଆକ୍ରମଣ କରିଥିଲେ। ଏଥିରେ ଅନେକ ଆହତ ହୋଇଥିବାବେଳେ ଶହେରୁ ଅଧିକ ଦୋକାନ ଛିନ୍ ଛତର୍ ହୋଇଯାଇଥିଲା। ଆକ୍ରମଣର କାରଣ କଣ ତାହା ଜଣାପଡି ନଥିବାବେଳେ ୨ ଜଣଙ୍କୁ ଅଟକ ରଖି ପୁଲିସ୍ ତନାଘନା ଚଳାଇଛି। ଏହି ଘଟଣା ପରେ ରାଜଧାନୀବାସୀଙ୍କ ସୁରକ୍ଷା ଚିନ୍ତା ବଢିଯାଇଛି।
More Stories
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍
ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ
ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ