April 23, 2026

ଘରକୁ ଯାଇ ଏତଲା ଆଣିବ ପୋଲିସ

 

ଭୁବନେଶ୍ୱର: ଲକଡାଉନ ସମୟରେ କମିଶନରେଟ ପୋଲିସର ବିଶେଷ ବ୍ୟବସ୍ଥା ହୋଇଛି। ଅଭିଯୋଗ ଥିଲେ ଘରକୁ ଯାଇ ଅଭିଯୋଗପତ୍ର ଗ୍ରହଣ କରିବ ପୋଲିସ। ଏନେଇ ସୂଚନା ଦେଇଛନ୍ତି  ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ। ଲକଡାଉନ ବେଳେ ଲୋକେ ଥାନାକୁ ନଆସିବା ଲାଗି ପଦକ୍ଷେପ ନିଆଯାଇଛି। କାହାର କିଛି ଅଭିଯୋଗ ଥିଲେ ସେମାନେ ଫୋନରେ ଜଣାଇବେ।

ଚୋରି, ଡକାୟତି ବା କିଛି ବି ଅସୁବିଧା ହୋଇଥିଲେ ୧୦୦ କିମ୍ବା ସଂପୃକ୍ତ ଥାନା ନମ୍ବର କିମ୍ବା IICଙ୍କୁ ଫୋନ୍ କରି ଜଣାଇବେ।

Spread the love