
ଭୁବନେଶ୍ୱର: ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କ ଲାଗି କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ। ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କ ଲାଗି କଟକଣା ଜାରି କରାଯାଇଛି। କଟକଣା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଉଭୟ ରାଜ୍ୟରୁ ଫେରିଥିଲେ ୧୪ ଦିନିଆ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି। ୪୮ ଘଣ୍ଟା ପୂର୍ବରୁ RTPCR ନେଗେଟିଭ ରିପୋର୍ଟ ଥିଲେ ୭ ଦିନ କ୍ୱାରେଣ୍ଟାଇନ୍ ରହିବେ। ଆନ୍ଧ୍ର, ତେଲେଙ୍ଗାନା ସୀମାନ୍ତ ସବୁ ରାସ୍ତାରେ ଚେକପୋଷ୍ଟ ଲାଗି ନିର୍ଦ୍ଦେଶ ଦିଆୟାଇଛି। କଟକଣା କଡ଼ାକଡ଼ି ଲାଗି ୬ ସୀମାବର୍ତ୍ତୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୬ ଜିଲ୍ଲାଗୁଡିକ ହେଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର।
ପ.ବଙ୍ଗରୁ ବିମାନରେ ଆସୁଥିବା ଯାତ୍ରୀ ବି ୧୪ ଦିନ କ୍ୱାରେଣ୍ଟିନରେ ରହିବେ। ସଂପୃକ୍ତ ଯାତ୍ରୀମାନଙ୍କୁ ହୋମ୍ କ୍ୱାରେଣ୍ଟିନ ମନା କରିଥିଲେ ମୁଖ୍ୟ ସଚିବ। ୨ ଡୋଜ୍ ଟିକା ନେଇଥିବା ଲୋକ ହୋମ୍ କ୍ୱାରେଣ୍ଟିନରେ ରହିପାରିବେ। ପଶ୍ଚିମବଙ୍ଗରେ ନୂଆ ଷ୍ଟ୍ରେନ ଠାବ ହୋଇଥିବାରୁ କଟକଣା କଡ଼ା ହୋଇଛି। ଠାବ ଟ୍ରିପଲ ମ୍ୟୁଟାଣ୍ଟ ଅତି ଘାତକ ହୋଇଥିବାରୁ କଟକଣା ଲଗାଯାଇଛି। ସେହିପରି କୁମ୍ଭମେଳା ଫେରନ୍ତାଙ୍କ ପାଇଁ ଗାଇଡ୍ଲାଇନ୍ ଅନୁସାରେ ମଧ୍ୟ ୧୪ ଦିନିଆ କ୍ୱାରେଣ୍ଟିନରେ ରଖିବାକୁ ପରାମର୍ଶ ଦିଆଯାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍