January 13, 2026

ମନୋଜ ଦାସଙ୍କ ସ୍ମୃତିରେ ଅନ୍ତର୍ଜାତୀୟ ପୁରସ୍କାର ଘୋଷଣା

 

ଭୁବନେଶ୍ୱର: ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ଅନ୍ତର୍ଜାତୀୟ ପୁରସ୍କାର ଘୋଷଣା କରାଯାଇଛି। ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡିଆ ସାହିତ୍ୟିକଙ୍କୁ ରାଜ୍ୟ ସରକାର ପ୍ରତିବର୍ଷ ଏହି ପୁରସ୍କାର ଦେବେ। ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେହିପରି ଯୁବପିଢିଙ୍କ ମଧ୍ୟରେ ଉଭୟ ଇଂରାଜୀ ଓ ଓ଼ଡିଆ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ନିମନ୍ତେ ପ୍ରତିବର୍ଷ ହାଇସ୍କଲ ସ୍ତରରେ ଇଂରାଜୀ ଓ ସାହିତ୍ୟରେ ମୌଳିକ ରଚନା ପାଇଁ ମନୋଜ-କିଶୋର ସାହିତ୍ୟ ପ୍ରତିଭା ସମ୍ମାନ ପ୍ରଦାନ କରାଯିବ।

ଅପରପକ୍ଷେ ପରିବାର ସଦସ୍ୟଙ୍କ ପ୍ରସ୍ତାବକ୍ରମେ ବାଲେଶ୍ୱର ଶଙ୍ଖାରୀସ୍ଥିତ ମନୋଜଙ୍କ ଗାଁ ଘରକୁ ଦୁଇ ଭାଇ ମନ୍ମଥନାଥ ଦାସ ଓ ମନୋଜ ଦାସଙ୍କ ନାଁରେ ମନ୍ମଥ-ମନୋଜ ସ୍କାରକୀ ଭାବେ ଘୋଷଣା କରାଯିବାକୁ ନିଷ୍ପତ୍ତି ହୋଇଛି। ସେଠାରେ ମନ୍ମଥ ଦାସ ଓ ମନୋଜ ଦାସଙ୍କ ରଚିତ ସମସ୍ତ ପୁସ୍ତକକୁ ନେଇ ଏକ ଲାଇବ୍ରେରୀ ହେବ ଏବଂ ବାସଭବନ ପରିସରରେ ଥିବା ମନ୍ଦିରର ମଧ୍ୟ ସଂରକ୍ଷଣ କରାଯିବାକୁ ଘୋଷଣା ହୋଇଛି।

Spread the love