May 16, 2026

୧୨ କିମି ପାହାଡ଼ ଚଢ଼ିଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ସୋମବାର ସକାଳେ ଆନ୍ଧ୍ର ପ୍ରଦେଶର ତିରୁପତି ବାଲାଜୀ ମନ୍ଦିର ଦର୍ଶନ କରିଛନ୍ତି। ସେ ଦୀର୍ଘ ୧୨ କିମି ଖାଲି ପାଦରେ ପାହାଡ଼ ଚଢ଼ି ଭଗବାନ ଭେଙ୍କଟେଶ୍ୱରଙ୍କ  ଦର୍ଶନ କରିଛନ୍ତି। ଏଥିସହ ଏହି ସମୟର ଫୋଟୋ ସବୁ ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି, ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ଜାହ୍ନବୀ ଧଳା ରଙ୍ଗର ଶାଲୱାର ପିନ୍ଧିଛନ୍ତି। ଖୁବଶୀଘ୍ର ସେ ଫିଲ୍ମ ‘ଗୁଞ୍ଜନ ସକ୍ସେନା’ରେ ନଜର ଆସିବେ। ଏହି ଫିଲ୍ମରେ ଜାହ୍ନବୀଙ୍କୁ ଭାରତୀୟ ବାୟୁସେନାର ଜଣେ ପାଇଲଟ ଭୂମିକାରେ ଦେଖିବାକୁ ମିଳିବ। ଶରନ ଶାର୍ମାଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଭେଟେରାନ ପଙ୍କଜ ତ୍ରିପାଠୀ ଓ ନେହା ଧୂପିଆଙ୍କ ସ୍ୱାମୀ ଅଙ୍ଗଦ ବେଦୀଙ୍କ ଅଭିନୟର ନୂଆ ଯାଦୁଗରୀ ଦର୍ଶକଙ୍କ ମନ ମୋହିବ। ଆସନ୍ତା ମାର୍ଚ୍ଚ ୧୩ରେ ଫିଲ୍ମଟି ସିଲଭର ସ୍କ୍ରିନକୁ ଟଚ କରିବ।

Spread the love