July 27, 2024

Satya News

odia news channel

କିଏ ଡାକିଛି ଭାରତ ବନ୍ଦ: ସାମିଲ ହେବେ ୨୫ କୋଟି

କିଏ ଡାକିଛି ଭାରତ ବନ୍ଦ: ସାମିଲ ହେବେ ୨୫ କୋଟି
ମୁଁ ଏନଆରସି-ସିଏଏ ବିରୋଧୀ ବିକ୍ଷୋଭକୁ ସମର୍ଥନ କରୁଛି, ଭାରତ ବନ୍ଦକୁ ନୁହେଁ: ମମତା ବାନାର୍ଜୀ

ନୂଆଦିଲ୍ଲୀ, ୭/୧: ବୁଧବାର ୧୦ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଦେଶବ୍ୟାପୀ ହରତାଲ ପାଇଁ ଆହ୍ୱାନ ଦେଇଛନ୍ତି । ଏଥିରେ ୨୫ କୋଟି ଲୋକ ସାମିଲ ହେବେ ବୋଲି ଶ୍ରମିକ ସଙ୍ଗଠନଗୁଡ଼ିକ ଦାବି କରିଛନ୍ତି । ସେମାନଙ୍କ ହିସାବରେ ସରକାରଙ୍କ ଜନବିରୋଧୀ ନୀତିଗୁଡ଼ିକ ବିରୋଧରେ ଏହି ଭାରତ ବନ୍ଦ ଡାକରା ଦିଆଯାଇଛି । ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଆଇଟିୟୁ, ଏଆଇୟୁଟିୟୁସି, ଟିୟୁସିସି, ଏସଇଡବ୍ଲୁଏ, ଏଆଇସିସିଟିୟୁ,ଏଲପିଏଫ ଏବଂ ୟୁଟିୟୁସି ଭଳି ଟ୍ରେଡ ୟୁନିୟନ ସମେତ ବିଭିନ୍ନ ଫେଡେରେଶନ ପକ୍ଷରୁ ଗତବର୍ଷ ସେପ୍ଟେମ୍ବରରେ ହିଁ ୨୦୨୦ ଜାନୁୟାରୀ ୮ରେ ହରତାଲ କରିବାକୁ ଘୋଷଣା କରାଯାଇଥିଲା । ଶ୍ରମିକ ବିରୋଧୀ, ଜନ ବିରୋଧୀ ଓ ରାଷ୍ଟ୍ର ବିରୋଧୀ ନୀତିଗୁଡ଼ିକୁ ପ୍ରତ୍ୟାହାର କରିବାକୁ ଏହି ଟ୍ରେଡ ୟୁନିୟନଗୁଡ଼ିକ ଦାବି କରୁଛନ୍ତି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜକୁ ଏହି ଭାରତ ବନ୍ଦରୁ ଅଲଗା କରିଛନ୍ତି । ସେ କିମ୍ବା ତାଙ୍କ ଦଳ ତୃଣମୂଳ କଂଗ୍ରେସ ଏଥିରେ ସାମିଲ ହେବେ ନାହିଁ । ମମତା କହିଛନ୍ତି, କେନ୍ଦ୍ରର ଏନଆରସି-ସିଏଏ ବିରୋଧୀ ବିକ୍ଷୋଭ ପ୍ରଦର୍ଶନକୁ ମୁଁ ସମର୍ଥନ କରୁଛି । ହେଲେ ଭାରତ ବନ୍ଦକୁ ମୁଁ ସମର୍ଥନ କରୁନାହିଁ । ବନ୍ଦ ଏକ ଶସ୍ତା ରାଜନୀତି ବୋଲି ମମତା ସମାଲୋଚନା କରିଛନ୍ତି । ଆରଏସଏସ ସମର୍ଥିତ ଭାରତୀୟ ମଜଦୁର ସଂଘ (ବିଏମଏସ) ସହ ଜଡ଼ିତ ଇଣ୍ଡଷ୍ଟି୍ର୍ରଆଲ ଫେଡେରେଶନ ଅର୍ଗାନାଇଜେଶନ ଅଫ ବ୍ୟାଙ୍କ ୱାର୍କର୍ସ ମଧ୍ୟ ଏଥିରେ ସାମିଲ ହେବେ ନାହିଁ ।

Spread the love