
ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ପୋଲିସ୍ ହାତରେ ନୂଆ ସୁରାକ୍ ଲାଗିଛି। ଭୁବନେଶ୍ୱର ସୁନ୍ଦରପଦା ନିକଟରୁ ଯାଜପୁର ପୋଲିସ ଏକ ସ୍କୁଟର ଜବତ କରିଛି। ଏହି ସ୍କୁଟରରେ ଝରାଫୁଲଙ୍କ ମୃତଦେହକୁ ଭୁବନେଶ୍ୱରରୁ ନେଇ ଯାଜପୁର କୁଆଖିଆ ନିକଟରେ ଝରାଫୁଲଙ୍କ ବୟଫ୍ରେଣ୍ଡ୍ ରାକେଶ ସ୍ୱାଇଁ ଓ ତାଙ୍କ ସହଯୋଗୀ ଫିଙ୍ଗିଥିଲେ। ସିସିଟିଭି ଫୁଟେଜରେ ଏହି ଦୃଶ୍ୟ କଏଦ ହୋଇଥିଲେ।
ଅନ୍ୟପକ୍ଷେ, ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କ ରିମାଣ୍ଡ ଅବଧିର ଆଜି ଶେଷ ଦିନ। ତାଙ୍କୁ ତିନି ଦିନିଆ ରିମାଣ୍ଡରେ ଆଣି ପୋଲିସ୍ ପଚରାଉଚରା କରୁଛି। ଗତକାଲି ରାକେଶଙ୍କୁ ଯାଜପୁରରୁ ସିଧାସଳଖ ଭୁବନେଶ୍ୱର ଆଣିଥିଲା ପୋଲିସ୍। ଏହାପରେ ତାଙ୍କୁ ଧର୍ମବିହାର ସ୍ଥିତ ଗେଷ୍ଟ ହାଉସକୁ ନେଇ ସିନ୍ ରିକ୍ରିଏଟ୍ କରାଯାଇଥିଲା।
୨୬ ତାରିଖ ଦିନ ଗେଷ୍ଟ୍ ହାଉସ୍ରେ କଣ ଘଟିଥିଲା ? ସେଠାରେ ଝରାଫୁଲ ଅସୁସ୍ଥ ହୋଇଥିଲେ କି ? ଏଭଳି ବିଭିନ୍ନ ଦିଗକୁ ନେଇ ରାକେଶଙ୍କୁ ପୋଲିସ୍ ପଚରାଉଚରା କରୁଛି। ସେହିପରି ଲିଙ୍ଗରାଜ ଥାନା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଖାଇବା ସମୟର ସିସିଟିଭି ଫୁଟେଜକୁ ଆଧାର କରି ମଧ୍ୟ ପୋଲିସ୍ ତଦନ୍ତ କରୁଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍