February 15, 2025

ଜୋର ଧରିଲା ବୈଜୟନ୍ତଙ୍କ ଗିରଫ ଦାବି : ସାରୁଅ ଜମିକୁ ଚଞ୍ଚକତା କରି ହାତେଇଛନ୍ତି ପଣ୍ଡା

 

ଭୁବନେଶ୍ଵର :  ବୈଜୟନ୍ତ ପଣ୍ଡାଙ୍କୁ ଗିରଫ ଦାବି ତେଜିଲା। ପଣ୍ଡାଙ୍କ ଗିରଫ ଦାବି କରିଛନ୍ତି ଓଡିଶା ଦଳିତ ଏବଂ ଆଦିବାସୀ ମହିଳା ମଞ୍ଚ ଏବଂ ନବ ନିର୍ମାଣ କୃଷକ ସଂଘ। ସେଥିପାଇଁ ମାଷ୍ଟର କ୍ୟାଣ୍ଟି ଏବଂ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ରବିବାର ଓଡିଶା ଦଳିତ ଏବଂ ଆଦିବାସୀ ମହିଳା ମଞ୍ଚ ବୈଜୟନ୍ତ ପଣ୍ଡାଙ୍କ ଗିରଫ ଦାବିକରି ସଡକକୁ ଓହ୍ଲାଇଛନ୍ତି। ସେମାନେ ମାଷ୍ଟର କ୍ୟାଣ୍ଟିନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ହାତରେ ପ୍ଲା କାର୍ଡ ଧରି ବୈଜୟନ୍ତ ବିରୋଧୀ ନାରା ଦେଇଥିଲେ। ବୈଜୟନ୍ତ ଦଳିତ ଆଦିବାସୀଙ୍କ ଜମି ହଡପ କରିବା ସହ ତାଙ୍କୁ ନିର୍ଯ୍ୟାତନା ଦେଇଛନ୍ତି । ତେଣୁ ତାଙ୍କୁ ତୁରନ୍ତ ଗିରଫ କରାଯାଇ ଆଦିବାସୀଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ସରକାରଙ୍କ ସାମ୍ନାରେ ଦାବି ରଖିଛନ୍ତି । ବୈଜୟନ୍ତ ଜଣେ ବେଇମାନ ଏବଂ ସେ ସାରୁଅ ଜମିକୁ ଚଂଚକତା କରି ହାତେଇଥିବା ଏହି ଦଳିତ ଆଦିବାସୀ ମହିଳା ଅଭିଯୋଗ ଆଣିଛନ୍ତି।

ଅନ୍ୟପଟେ ନବ ନିର୍ମାଣ କୃଷକ ସଂଘ  ଓ ଟିଭି ବିରୋଧରେ ମତ ରଖିଛନ୍ତି । ସାରୁଅରେ ଗରିବ ଚାଷୀଙ୍କ ଜମି ହଡପ କଥାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି । ସାରୁଅରେ ବୈଜୟନ୍ତ ପଣ୍ଡା ଜମି ହଡପ ହୋଇଥିବା କଥା ସେ ଜାଣିଛନ୍ତି । ଏଭଳି ଦୁର୍ନୀତିକୁ ସେ ବିରୋଧ କରୁଛନ୍ତି  । ଯେଉଁମାନେ ଆଦିବାସୀ ଙ୍କ ଜମିକୁ ହଡପ କରିଛନ୍ତି, ନାବାଳିକା କୁ ଦୁଷ୍କର୍ମ କରିଛନ୍ତି ସେମାନଙ୍କୁ ସରକାର କଠୋର ଶାସ୍ତି ଦିଅନ୍ତୁ ବୋଲି ଦାବି କରିଛନ୍ତି । ସେଭଳି ଅପରାଧ ଲାଗି ସର୍ବନିମ୍ନ 7 ବର୍ଷ ଜେଲ ହେଉ ବୋଲି ଦାବି କରିଛନ୍ତି । ଉଲ୍ଲେଖନୀୟ ଓଟିଭିର କିଛି କର୍ମଚାରୀଙ୍କ ଗିରଫ ସରିଛି । ଏବେ ଏମଡି ଜାଗି ମଙ୍ଗତ ପଣ୍ଡା ଏବଂ ବୈଜୟନ୍ତ ପଣ୍ଡାଙ୍କ ଗିରଫ ଦାବି ଜୋର ଧରିଲାଣି।

Spread the love