July 27, 2024

Satya News

odia news channel

କରୋନା ରୋଗୀଙ୍କ ଚିକିତ୍ସା କରିଥିବା ବଲିଉଡ ଅଭିନେତ୍ରୀ ପାରାଲିସିସରେ ଆକ୍ରାନ୍ତ : ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

 

ମୁମ୍ବାଇ : ଶାହରୁଖ ଖାନଙ୍କ ସହ ଫିଲ୍ମ ‘ଫ୍ୟାନ’ରେ ନଜର ଆସିଥିବା ଅଭିନେତ୍ରୀ ଶିଖା ମାଲହୋତ୍ରା କରୋନା ଯୁଦ୍ଧ ଜିତିବା ପରେ ପାରାଲିସିସରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ମୁମ୍ବାଇର କୁପର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଶିଖାଙ୍କ ଶରୀରର ଡାହାଣ ପାର୍ଶ୍ବ କାମ କରୁ ନାହିଁ।

ଶିଖାଙ୍କ ମ୍ୟାନେଜର ଅଶ୍ବିନୀ ଶୁକ୍ଳା ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ତାଙ୍କ ଫଟୋ ସେୟାର କରି ଲେଖିଛନ୍ତି ଯେ ,‘ଶିଖା ମାଲହୋତ୍ରା ଆଜି ପୁଣି ଥରେ ହସ୍ପିଟାଲରେ,କୋଭିଡ ଯୁଦ୍ଧ ଜିତିବାର ମାସେ ପରେ ଡିସେମ୍ବର ୧୦ତାରିଖ ବିଳମ୍ବିତ ରାତିରେ ପାରାଲିସିସ ଷ୍ଟୋକ୍ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି। କଥା କହିବାରେ ପୂରା ଅସକ୍ଷମ। ତାଙ୍କ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା।’

ଶିଖା ମାଲହୋତ୍ରାଙ୍କୁ ସଞ୍ଜୟ ମିଶ୍ରାଙ୍କ ସହ ୨୦୧୯ମସିହାରେ ଆସିଥିବା ଫିଲ୍ମ ‘କାଞ୍ଚଲି’ରେ ହିରୋଇନ୍ ଭାବେ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ସେ ତାପସୀ ପନ୍ନୁଙ୍କ ସହ ଫିଲ୍ମ ‘ରନିଂ ଶାଦି’ରେ ମଧ୍ୟ କାମ କରିଛନ୍ତି।

ଶିଖା ମାଲହୋତ୍ରା ଅଭିନେତ୍ରୀ ସହ ଡାନ୍ସର ଏବଂ ଜଣେ ସାର୍ଟିଫାଇଡ ନର୍ସ ମଧ୍ୟ। କରୋନା ମହାମାରୀ ଏବଂ ଲକଡାଉନ୍ ସମୟରେ ସେ ମୁମ୍ବାଇର ଜୋଗେଶ୍ବରୀ ସ୍ଥିତ ହିନ୍ଦୁ ହୃଦୟ ସମ୍ରାଟ ଟ୍ରମା ସେଣ୍ଟରରେ ଜଣେ ନର୍ସ ଭାବେ କରୋନା ରୋଗୀଙ୍କ ସେବା କରିଥିଲେ। ସେ ୬ମାସ ଯାଏଁ ଏହି କାମ କରିଥିଲେ।

ହସ୍ପିଟାଲରେ କାମ କରୁଥିବାବେଳେ ଶିଖା ନିଜେ ଅକ୍ଟୋବର ମାସରେ କରୋନା​‌ରେ ସଂକ୍ରମିତ ହୋଇଥିଲେ। ଠିକ୍ ହେବା ପରେ ଅକ୍ଟୋବର ୨୨ତାରିଖରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା।

ଗୁରୁବାର ରାତିରେ ନିଜ ଘରେ ଥିବାବେଳେ ଶିଖା ପାରାଲିସିସରେ ଆକ୍ରାନ୍ତ ହୋଇଥିଲେ। ଯାହା ପରେ ତାଙ୍କୁ କୋକିଳାବେନ ଧିରୁଭାଇ ଅମ୍ବାନି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଚିକିତ୍ସା ମହଙ୍ଗା ହେବା ଯୋଗୁଁ ତାଙ୍କୁ ଭିଲେ ପାର୍ଲେର କୁପର ହସ୍ପିଟାଲରେ ଶିଫ୍ଟ କରାଯାଇଥିଲା।

Spread the love