November 14, 2025

ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କୁ ହେଲା କରୋନା : ଗୋଆରେ ହେଲେ ସେଲ୍ଫ କ୍ବାରେଣ୍ଟାଇନ୍

 

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁର କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଏବେ ଗୋଆରେ ଅଛନ୍ତି। ସେ ନିଜକୁ ଆଇସୋଲେଟ୍ କରିଛନ୍ତି। ସେ ସୋସିଆଲ ମିଡିଆରେ ନିଜର ଏକ ଫଟୋ ପୋଷ୍ଟ କରି ନିଜର କରୋନା ପଜିଟିଭ ହେବା ସୂଚନା ପ୍ରଶଂସକଙ୍କୁ ସେୟାର କରିଛନ୍ତି।

ବଲିଉଡ ଅଭିନେତା ସିଦ୍ଧାନ୍ତ କପୁର ‘ହସିନା ପାର୍କର’,‘ୟାରମ୍’,‘ବୋମ୍ବରିଆ’ ଏବଂ ‘ସୁଟଆଉଟ ଆଟ ଓ୍ବଡାଲା’ ଭଳି ଅନେକ ଫିଲ୍ମରେ ଅଭିନୟ କରି ସାରିଛନ୍ତି। ୨୦୨୦ମସିହାରେ ରିଲିଜ ହୋଇଥିବା ଫିଲ୍ମ ଭୂତରେ ମଧ୍ୟ ସିଦ୍ଧାନ୍ତ ନଜର ଆସିଥିଲେ। ସିଦ୍ଧାନ୍ତ ୨୦୨୧ମସିହାରେ ଆଗାମୀ ଫିଲ୍ମ ଚେହେରେ ରେ ମଧ୍ୟ ନଜର ଆସିବେ।

Spread the love