July 27, 2024

Satya News

odia news channel

ମିଳିଲା ନିଖୋଜ ସ୍ୱାତୀର ମୃତଦେହ

 

ନୟାଗଡ଼: ବଧିପାଟଣା ଗାଁରୁ ୩ ବର୍ଷର ଝିଅ ନିଖୋଜ ଝିଅର ମିଳିଲା ମୃତଦେହ।  ବଧିପାଟଣା ଗାଁ ପୋଖରୀରୁ ସ୍ୱାତୀର ମୃତଦେହ ମିଳିଛି। ଘର ଠାରୁ କିଛି ଦୂରରେ ଅନ୍ୟ ଏକ ସାହିରେ ଥିବା ପୋଖରୀରୁ ମିଳିଛି। ଗତ ଶୁକ୍ରବାର ଠାରୁ ନିଖୋଜ ଥିଲା ୩ ବର୍ଷର ଝିଅ ସ୍ୱାତୀ। ଶୁକ୍ରବାର ଦିପହରୁ ଗାଁ ଦାଣ୍ଡ, ବାଡ଼ି, ସାହି ପଡ଼ିଶା କୂଅ ପୋଖରୀ ସବୁ ଘାଣ୍ଟି ସାରିଥିଲେ। ହେଲେ ହେଲେ କୋଉଠି ବି ତିନି ବର୍ଷର କଅଁଳ କଢ଼ିର ଚିହ୍ନବର୍ଣ୍ଣ ମିଳିନଥିଲା। ଝିଅକୁ ନପାଇବାରୁ ବାପା  ଓ ମା ସନ୍ଦେହ ଫେରିବାଲା ଉପରେ ହୋଇଥିଲା।

ରଣପୁର ବଧିପାଟଣା ଗାଁ ଦାଣ୍ଡରୁ ଦିନ ଦିପହରରେ ପୁଣି ଏକ ୩ ବର୍ଷର ଝିଅ ଉଭାନ୍ ହେବା ଘଟଣାକୁ ନେଇ ସାରା ଗାଁରେ ଆତଙ୍କ ଘଟଣାକୁ ନେଇ ରାଜସୁନାଖଳା ଫାଣ୍ଡିରେ ଅଭିଯୋଗ ପରେ ରଣପୁର ପୋଲିସ୍ ଦୁଇଟି ଟିମ୍ ଗଠନ କରି ସ୍ୱାତୀକୁ ଖୋଜୁଥିଲା। ଦମକଳବାହିନୀ ବି ଗାଁରେ ଥିବା ସବୁ କୂଅ ପୋଖରୀ, ଖୋଜି ସାରିଥିଲା। ଖୋଦ୍ ଜିଲ୍ଲା ଏସ୍‌ପି ବି ଯାଇ ଘଟଣାସ୍ଥଳ ବୁଲି ଦେଖିଥିଲେ ତଥାପି କୁନିଝିଅର ପତ୍ତା ମିଳୁନଥିଲା।

Spread the love