July 27, 2024

Satya News

odia news channel

ଓଡ଼ିଶାରେ ପାଠାଗାର ଆନ୍ଦୋଳନ ପାଇଁ ଗୋଡ଼ କାଢ଼ିଲେ ବର୍ଷା, ଆରମ୍ଭ କଲେ ଅଭିଯାନ

 

ଓଡିଶାରେ ପାଠାଗାର ଆନ୍ଦୋଳନକୁ ପୁନଃ ଉଜ୍ଜୀବିତ କରିବାକୁ ଅଭିନେତ୍ରୀ ଓ ସମାଜସେବୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏକ ପ୍ରୟାସ ଆରମ୍ଭ କରିଛନ୍ତି। ଗତକାଲି ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରି ସେ ‘ଆମ ପାଠାଗାର’ ନାମକ ଆନ୍ଦୋଳନକୁ ଆଗେଇ ନେବାକୁ ଶପଥ ନେଇଛନ୍ତି।

ପାଠାଗାର ଆନ୍ଦୋଳନର ଅଗ୍ରଗାମୀ ଦୂତ ଥିଲେ ‘ଦାସିଆ ଅଜା’ (ସ୍ୱର୍ଗତ ଦାଶରଥୀ ପଟ୍ଟନାୟକ)।  ଶ୍ରୀମତୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ଵାରା ଏକ ଭବ୍ୟ କାର୍ଯ୍ୟକ୍ରମରେ ଅଭିଯାନର ଶୁଭାରମ୍ଭ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଲେଖକ ଦାଶ ବେନହୁର, ଡ଼ଃ. ସଂଘମିତ୍ରା ମିଶ୍ର,  ‘ପକ୍ଷୀଘର’ ପ୍ରକାଶନୀ ସଂସ୍ଥାର ମୁଖ୍ୟ ବନୋଜ ତ୍ରିପାଠୀ, ବିଶିଷ୍ଟ ଲେଖକ ଓ ଗୀତିକାର ବିଜୟ ମଲ୍ଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଅଭିଯାନର ସଫଳତା କାମନା କରିଛନ୍ତି।

ବଲାଙ୍ଗୀର ଝିଅ ଦିଲେଶ୍ୱରୀ ଧରୁଆ ସମ୍ମାନୀତ

ମହାମାରୀ ସମୟରେ ସରକାରୀ ବିଦ୍ୟାଳୟ ବନ୍ଦ ଥିବାବେଳେ, ନିଜ ଗାଁର ପିଲାମାନେ ପାଠ ପଢାରେ ଯେପରି ପଛରେ ନରହି ଯାଆନ୍ତି, ତାହା ସୁନିଶ୍ଚିତ କରିବା ପାଇଁ ନିଜ ଗ୍ରାମର ପିଲାମାନଙ୍କୁ ନିଃସ୍ୱାର୍ଥପର ଭାବେ ଶିକ୍ଷା ଦାନ କରିଥିବା ବଲାଙ୍ଗୀର ଝିଅ ଦିଲେଶ୍ୱରୀ ଧରୁଆଙ୍କୁ ଏଠାରେ ସମ୍ମାନୀତ କରାଯାଇଥିଲା। ସ୍ୱର୍ଗତ ଦାଶରଥୀ ପଟ୍ଟନାୟକ ଓଡିଶା ରେଲାଇବ୍ରେରୀ ଆନ୍ଦୋଳନର ଅଗ୍ରଦୂତ ଥିଲେ। ସେ ତାଙ୍କ ପିଢିରେ ମାତ୍ର ୫ଟି ପୁସ୍ତକରୁ ଏକ ଲାଇବ୍ରେରୀ ଆରମ୍ଭ କରିଥିଲେ, ବର୍ତ୍ତମାନ ଏହି ଲାଇବ୍ରେରୀରେ ୧.୫ ଲକ୍ଷରୁ ଅଧିକ ପୁସ୍ତକ ଏବଂ ସାମୟିକ ପତ୍ରିକା, ପାଣ୍ଡୁଲିପି, ଚିତ୍ର ଏବଂ ଅନ୍ୟାନ୍ୟ ଅନୁସନ୍ଧାନ ସମ୍ବନ୍ଧୀୟ ପୁସ୍ତକ ରହିଛି।

ଦାଶିଆ ଅଜାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଲାଇବ୍ରେରୀ ଆନ୍ଦୋଳନକୁ ପୁନଃ ଜାଗ୍ରତ କରିବା ପାଇଁ ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏହାଏକ ପ୍ରୟାସ। ଅଭିଯାନର ଏକ ଅଂଶ ଭାବରେ, ବର୍ଷା ପ୍ରିୟଦର୍ଶିନୀ ଓଡ଼ିଶାର ଏବଂ ଦେଶର ଅନ୍ୟ ପ୍ରାନ୍ତର ଇଚ୍ଛୁକ ଦାତାମାନଙ୍କଠାରୁ ପୁସ୍ତକ ସଂଗ୍ରହ କରି ସାରା ରାଜ୍ୟର ପିଲାମାନଙ୍କୁ ଦାନ କରିବା ଏବଂ ପ୍ରତ୍ୟେକ ଜିଲ୍ଲାରେ ଲାଇବ୍ରେରୀ ସ୍ଥାପନକୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଇଚ୍ଛୁକ ଦାତାମାନଙ୍କଠାରୁ ସଂଗୃହିତ, ବିଦ୍ୟାଳୟ ପାଠ୍ୟ ପୁସ୍ତକ ଏବଂ ରେଫରେନ୍ସ ବହିଠାରୁ ଆରମ୍ଭ କରି ପ୍ରସିଦ୍ଧ ଉପନ୍ୟାସ ଏବଂ ଜୀବନୀ ପୁସ୍ତକ ଥିବା ଦୁଇଟି ପୁସ୍ତକ କ୍ୟାବିନେଟକୁ  ବର୍ଷା ଭୁବନେଶ୍ୱର ଖଣ୍ଡଗିରିର ଜୀବନ ଜ୍ୟୋତି ଆଶ୍ରମରେ ପିଲାମାନଙ୍କୁ ଦାନ କରିଛନ୍ତି।

Spread the love