July 27, 2024

Satya News

odia news channel

ନୱାଜୁଦ୍ଦିନଙ୍କ ସମେତ ପରିବାର ୪ ସଦସ୍ୟଙ୍କୁ ମିଳିଲା ଜାମିନ୍, ତୃତୀୟ ଭାଇ ମିନାଜୁଦ୍ଦିନଙ୍କ ଜାମିନ୍‌ ଆବେଦନ ଖାରଜ

ଆଲ୍ଲାହାବାଦ: ପତ୍ନୀ ଆଲିଆ ସିଦ୍ଦିକୀ ନିର୍ଯାତନା ମାମଲା ରୁଜୁ କରିବା ପରେ ଗିରଫ ହୋଇଥିବା ବଲିଉଡ୍‌ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକୀ ଓ ତାଙ୍କ ପରିବାରର ଅନ୍ୟ ୩ ଜଣ ସଦସ୍ୟଙ୍କୁ  ଆନ୍ତରୀଣ ଜାମିନ୍‌ ପ୍ରଦାନ କରାଯାଇଛି। ତେବେ, ନୱାଜଙ୍କ ତୃତୀୟ ଭାଇ ମିନାଜୁଦ୍ଦିନଙ୍କୁ କିନ୍ତୁ ଜାମିନ୍‌ ମିଳିନଥିବା ଜାଣିବାକୁ ମିଳିଛି। ତାଙ୍କ ଦ୍ବାରା ହୋଇଥିବା ଜାମିନ୍‌ ଆବେଦନକୁ ଜଷ୍ଟିସ ମନୋଜ ମିଶ୍ର ଏବଂ ସଞ୍ଜୟ କୁମାର ପାଚୌରୀ ଖଣ୍ଡନ କରିଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ତାଙ୍କ ବିରୋଧରେ ଶିଶୁ ନିର୍ଯାତନାର ଏକ ସ୍ବତନ୍ତ୍ର ଅଭି‌ଯୋଗ ରହିଛି।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମେ ୬ ତାରିଖରେ ନୱାଜଙ୍କୁ ଛାଡ଼ପତ୍ର ନୋଟିସ୍‌ ପଠାଇଥିଲେ ପତ୍ନୀ ଆଲିଆ। ଯାହାର ଜବାବ ୧୫ ଦିନ ଭିତରେ ଦିଆଯିବା ଜରୁରୀ ଥିଲା। ମାତ୍ର ନୱାଜୁଦ୍ଦିନ ନୋଟିସ୍‌ର କୌଣସି ଜବାବ ଦେଇନଥିଲେ।

କିଛି ଦିନ ପରେ ନୱାଜଙ୍କ ଓକିଲ ଆଲିଆଙ୍କ ଅଭିଯୋଗକୁ ଖଣ୍ଡନ କରି କହିଥିଲେ ଯେ ଆଲିଆ ବାରମ୍ବାର ନୱାଜୁଦ୍ଦିନ ସିଦ୍ଦିକୀଙ୍କ ପରି ଜଣେ ଭଲ ଲୋକଙ୍କ ନାମରେ ଅପପ୍ରଚାର କରି ତାଙ୍କୁ ବଦମାନ କରିବାକୁ ଚେଷ୍ଟା କରିଥିବା କାରଣରୁ ତାଙ୍କ କ୍ଲାଇଣ୍ଟ୍‌ ଆଲିଆଙ୍କ ନାମରେ ମାନହାନି ମାମଲା ଆଗତ କରିବାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଆଲିଆ ଅଭିଯୋଗ ଆଣିଥିଲେ ‌ଯେ ନୱାଜ ଗତ କେତେ ମାସରୁ ଘରର ଇଏମ୍‌ଆଇ ଭରିନାହାନ୍ତି। ପିଲାଙ୍କ ସ୍କୁଲ୍‌ ଫି ଓ ଅନ୍ୟାନ୍ୟ ଖର୍ଚ୍ଚ ବି ଦେଉନାହାନ୍ତି। ଆଲିଆଙ୍କର ଏହି ଅଭିଯୋଗକୁ ବି ମିଥ୍ୟା ଓ ଭିତ୍ତିହୀନ ବୋଲି ନୱାଜଙ୍କ ଓକିଲ କହିଥିଲେ। ନୋଟିସ୍‌ରେ ‌ସ୍ପଷ୍ଟ ଦର୍ଶାଯାଇଥିଲା ଯେ ନୱାଜ ଉଚିତ ସମୟରେ ଘରର ଇଏମ୍‌ଆଇ ଭରିବା ସହ ପିଲାମାନଙ୍କ ସ୍କୁଲ୍‌ ଫି ମଧ୍ୟ ଭରୁଛନ୍ତି।
Spread the love