ଆଇପିଏଲର ଆଜି ଅନୁଷ୍ଠିତ ଦ୍ଵିତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୮ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଂଡିଆନ୍ସ ୧୯୫ କରିଥିବା ବେଳେ ୧୮.୨ ଓଭରରେ ମାତ୍ର ୨ଟି ୱିକେଟ ହରାଇ ୧୯୬ ରନ୍ ସ୍କୋର କରି ବିଜୟ ହାସଲ କରିଛି। ରାଜସ୍ଥାନ ପକ୍ଷରୁ ବେନ୍ ଷ୍ଟୋକ୍ସ ୬୦ଟି ବଲରେ ୧୪ଟି ଚଉକା ଓ ୩ଟି ଛକା ସହାୟତାରେ ୧୦୭ ରନ୍ କରିଥିବା ବେଳେ ସଞ୍ଜୁ ୩୧ ବଲରେ ୫୪ ରନ୍ କରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ୨୬ଟି ବଲରେ ୪୦ ରନ୍ କରିଥିଲେ।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି