ଭୁବନେଶ୍ୱର,୧୬/୨: ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ସମସ୍ୟା ଯୋଗୁ ଜଣେ ଶିଶୁର ଜୀବନ ଯାଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା। ଟ୍ରାଫିକ୍ ସମସ୍ୟାକୁ ନେଇ କମିଶନରେଟ୍ ପୋଲିସର ଦାୟିତ୍ୱହୀନତାକୁ ସମସ୍ତେ ଦାୟୀ କରିଥିଲେ। ଏ ନେଇ ଶନିବାର ଏକ ସମାଧାନର ରାସ୍ତା ବାହାର କରିଛି କମିଶନରେଟ୍ ପୋଲିସ। ଟ୍ରାଫିକ ସମସ୍ୟାରୁ ଆମ୍ବୁଲାନ୍ସ ଫସିବା ଘଟଣାକୁ ନେଇ ପୋଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀ କହିଛନ୍ତି, ଭୁବନେଶ୍ୱର ଜାଭିୟରଠାରୁ ପଟିଆ ଯାଏ ନୂଆ ରାସ୍ତା ହୋଇଛି। ଆସନ୍ତା ୧୭ ବା ୧୮ ତାରିଖ ସୁଦ୍ଧା ଏହି ରାସ୍ତା ଲୋକଙ୍କ ପାଇଁ ଖୋଲିବ। ନୂଆ ରାସ୍ତା ଖୋଲିଲେ ଟ୍ରାଫିକ ସମସ୍ୟା କମିବା ସହିତ ଆମ୍ବୁଲାନ୍ସ ବାହାରିଲେ ଆଗ ପୋଷ୍ଟର ଟ୍ରାଫିକ ପୋଲିସକୁ ସୂଚନା ଦିଆଯିବ। ସେହିପରି ଆମ୍ବୁଲାନ୍ସ ବାହାରିଲେ ରାସ୍ତା ପାଇଁ ଟ୍ରାଫିକ କ୍ଲିଅର କରିବାକୁ ଟ୍ରାଫିକ ପୋଲିସ ବ୍ୟବସ୍ଥା ମଧ୍ୟ କରିବେ। ଅନ୍ୟପଟେ ଲୋକେ ସଚେତନ ହେବା ସବୁଠୁ ବଡ଼ କଥା। ଆମ୍ୱୁଲାନ୍ସକୁ ଦେଖିଲେ ହିଁ ରାସ୍ତା ଛାଡ଼ିଦେବା ଉଚିତ। ରବିବାରଠାରୁ ଟ୍ରାଫିକ ଡିସିପି ଲୋକଙ୍କ ପାଇଁ ସଚେତନତା ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍