January 16, 2025

ରାଜ୍ୟରେ ଭିକାରିଙ୍କ ସଂଖ୍ୟା ୫୯୫୦: ସିଲଭର୍ ସିଟିରେ ସର୍ବାଧିକ

ଭୁବନେଶ୍ୱର,୧୬/୨: ରାଜ୍ୟରେ ଅଦ୍ୟାବଧି ୫୯୫୦ ଜଣ ଭିକାରିଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ସିଲଭର୍ ସିଟି କଟକ ଜିଲ୍ଲାରେ ସର୍ବାଧିକ ୧୦୬୦ ଜଣ ଭିକ୍ଷୁକ ରହିଛନ୍ତି। ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ପ୍ରଦାନ କରିଛନ୍ତି। ମନ୍ତ୍ରୀଙ୍କ ଲିଖିତ ତଥ୍ୟ ଅନୁଯାୟୀ କଟକ ଜିଲ୍ଲାରେ ସର୍ବାଧିକ ୧୦୬୦ଜଣ ଭିକ୍ଷୁକ ଥିବାବେଳେ ଗଞ୍ଜାମ ଜିଲ୍ଲାରେ ୫୪୫, ମୟୂରଭଞ୍ଜରେ ୪୮୫, ସୁନ୍ଦରଗଡ଼ରେ ୪୨୩, ପୁରୀରେ ୩୬୬, ବଲାଙ୍ଗିରରେ ୩୪୪ ଜଣ ଭିକ୍ଷୁକ ରହିଛନ୍ତି। ସେହିପରି ସମ୍ବଲପୁରରେ ୩୦୩ ଭିକ୍ଷୁକ ଥିବାବେଳେ ଅନୁଗୁଳରେ ୨୦୫, ସୋନପୁରରେ ୨୮୩, କୋରାପୁଟରେ ୨୪୯, ଖୋର୍ଦ୍ଧାରେ ୧୯୭ ଏବଂ କେନ୍ଦୁଝରରେ ୧୮୯ ଜଣ ଭିକ୍ଷୁକଙ୍କୁ ଚିହ୍ନଟ କରାଯାଇଛି। ସେହିପରି ବିଭାଗ ପକ୍ଷରୁ ଦେବଗଡ଼ରେ ୩ ଜଣ ଭିକ୍ଷୁକଙ୍କୁ ଚିହ୍ନଟ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଭିକ୍ଷୁକମାନଙ୍କର ପୁନର୍ବାସ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ‘ସହାୟ’ ନାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଚଳନ କରୁଥିବା ମନ୍ତ୍ରୀ କହିଛନ୍ତି।

Spread the love