July 27, 2024

Satya News

odia news channel

ଓଡ଼ିଶା ପାଇଁ ଜାତୀୟ ଦଳର ରାଜ୍ୟ ନେତାଙ୍କର ଭଏସ୍ ନାହିଁ : ନବୀନ

 

ଭୁବନେଶ୍ୱର: ବଦଳିଲା ବିଜେଡିର କେନ୍ଦ୍ର ବିରୋଧୀ ଆଭିମୂଖ୍ୟ। ୧୯ରେ କ୍ଷମତାକୁ ଆସିବା ଦିନଠୁ ଚୁପ୍ ଥିବା ବିଜେଡି ନିଜ ରଣନୀତିରେ କରିଛି ପରିବର୍ତ୍ତନ। କେନ୍ଦ୍ରକୁ ସିଧାସଳଖ ଟାର୍ଗେଟ କରିଛନ୍ତି ନବୀନ। ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଭର୍ଚୁଆଲ୍ ମୋଡ୍‌ରେ ଯୋଗଦେଇ ଉଭୟ ବିଜେପି ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି କହିଛନ୍ତି। ଉଭୟ ଜାତୀୟ ଦଳ ସେମାନଙ୍କ ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାକୁ ଏକ ନମ୍ବର ଏଜେଣ୍ଡାରେ ରଖିଥିଲେ, କିନ୍ତୁ ନିର୍ବାଚନ ପରେ ଭୁଲିଗଲେ। ଓଡ଼ିଆ ଅସ୍ମିତା କଥା ଉଠାଇ ନବୀନ କହିଥିଲେ ଜାତୀୟ ଦଳ ପାଇଁ ଏହାର କିଛି ମୂଲ୍ୟ ନାହିଁ। ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ଲାଗି ଜାତୀୟ ଦଳର ରାଜ୍ୟ ନେତାଙ୍କର ଭଏସ୍ ନାହିଁ। କଂଗ୍ରେସ ସରକାର ଦିଲ୍ଲୀରୁ ରିମୋଟ୍ କଣ୍ଟ୍ରୋଲ୍ ଦ୍ୱାରା ଚାଲୁଥିଲା, ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ସେମାନଙ୍କ ଜାତୀୟ ନେତାଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି ବୋଲି ନବୀନ ସମାଲୋନା କରିଥିଲେ।

ଆମର ଦିଲ୍ଲୀରେ କେହି ବସ୍ ନାହାନ୍ତି, ଓଡ଼ିଶାବାସୀ ହିଁ ଆମର ବସ୍ ବୋଲି ବିଜେଡି ସୁପ୍ରିମୋ କହିଥିଲେ। ତାସହିତ ମହାନଦୀ ଜଳ, ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନୃନ୍ୟତା ଦେବା, କୋଶଳି ଏବଂ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ ଲାଗି ତଥା କେନ୍ଦ୍ରର ରାଜ୍ୟ ପ୍ରତି ବୈମାତୃକ ମନୋଭାବ ବିରୋଧରେ ବିଜେଡି ଲଢ଼େଇ ଜାରି ରଖିବ ବୋଲି ସେ କହିଥିଲେ।

Spread the love