July 27, 2024

Satya News

odia news channel

୪୮ ଘଣ୍ଟା ମଧ୍ୟରେ ବଢ଼ିବ ଶୀତ, ସବୁ ଜିଲାରେ ରାତିରେ ହ୍ରାସ ପାଇବ ୪ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା

 

ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବ। ରାତିରେ ତାପମାତ୍ରା ୪ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଫଳରେ ସମଗ୍ର ରାଜ୍ୟରେ ଶୀତର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସେହିପରି ରାଜ୍ୟର ବିଭିନ୍ନ ଜିଲାରେ ରାତିରେ ପାରଦ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ଖସିବା ସମ୍ଭାବନା ରହିଛି। ଗତକାଲି ମଧ୍ୟ ଉତ୍ତର ଅଭ୍ୟାନ୍ତରୀଣର କେତେକ ଜିଲାଗୁଡ଼ିକରେ ତାପମାତ୍ରା ହ୍ରାସ ପାଇଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Spread the love