March 27, 2025

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୪୮୦ ଆକ୍ରାନ୍ତ ଚିହ୍ନଟ, ୬ ମୃତ

 

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୯,୫୮୩ରେ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା ୧,୭୫୦ରେ ପହଞ୍ଚିଛି।

ଚିହ୍ନଟ ୪୮୦ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ ସେଣ୍ଟରରରୁ ୨୭୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୨୦୪ ରହିଛି।

ସେହିପରି ୪ ମୃତକଙ୍କ ମଧ୍ୟରୁ ବାଲେଶ୍ୱରରୁ ଜଣେ, ଭୁବନେଶ୍ୱରରୁ ଜଣେ, ଗଞ୍ଜାମରୁ ୨ଜଣ, ଝାରସୁଗୁଡ଼ାରୁ ଜଣେ ଓ ମୟୂରଭଞ୍ଜରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

 

Spread the love