
ଜଗତସିଂହପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ସଂଯୁକ୍ତା ଦାସଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି।
ସାତପୁରା ସ୍ଥିତ ପୈତୃକ ଘର, ପାଣିସାଳିଆ ସ୍ଥିତ ଦୁଇ ମହଲା ଘର ସହ କଟକର ଆଦିତ୍ୟ ରେସିଡେନ୍ସୀରେ ଥିବା ଘର ଉପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି।
ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହିତ ବ୍ୟାଙ୍କ ପାସବୁକ, ଲକର ପ୍ରଭୃତି ଭିଜିଲାନ୍ସ ଯାଞ୍ଚ କରୁଛି। ସନ୍ଧ୍ୟା ସୁଦ୍ଧା ସମସ୍ତ ସମ୍ପତ୍ତିର ଆକଳନ କରାଯିବା ପରେ ସଂଯୁକ୍ତାଙ୍କର କେତେ ପରିମାଣରେ ଆୟ ବହିର୍ଭୂତ ସମ୍ପତ୍ତି ରହିଛି ତାହା ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍