January 23, 2026

ଶିକ୍ଷା ପାଇଁ ୯୯,୩୦୦ କୋଟିର ବ୍ୟୟବରାଦ

ନୂଆଦିଲ୍ଲୀ,୧/୨: ସାଧାରଣ ବଜେଟ୍‌ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶିକ୍ଷା ଉପରେ ମଧ୍ୟ ଦୃଷ୍ଟି ଦେଇଛନ୍ତି। ବଜେଟ ଉପସ୍ଥାପନ ସମୟରେ ସରକାର ଖୁବଶୀଘ୍ର ଏକ ନୂଆ ଶିକ୍ଷାନୀତି ଆଣିବେ ବୋଲି ସେ ପ୍ରକାଶ କରିଛନ୍ତି। ଉକ୍ତ ଶିକ୍ଷାନୀତି ପାଇଁ ସାରାଦେଶରୁ ପ୍ରାୟ ୨ ଲକ୍ଷ ପ୍ରସ୍ତାବ ଓ ମତାମତ ଆସିଥିବା ସେ ସୂଚନା ଦେଇଛନ୍ତି। ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ୯୯,୩୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏଥିସହ ଦକ୍ଷତା ବିକାଶ ପାଇଁ ୩ ହଜାର କୋଟି ଟଙ୍କା ରଖାଯାଇଛି। ଦେଶର ଶିକ୍ଷା ଓ ତାଲିମ କ୍ଷେତ୍ରକୁ ବିଶ୍ୱସ୍ତରୀୟ କରିବାକୁ ବିଦେଶୀ ପୁଞ୍ଜି ନିବେଶକୁ ଆକୃଷ୍ଟ କରାଯିବ ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି। ସେହିପରି ଜାତୀୟ ପୋଲିସ ବିଶ୍ୱବିଦ୍ୟାଳୟ ଓ ଜାତୀୟ ଫୋରେନସିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଡାକ୍ତର ଅଭାଵୀର ମୁକାବିଲା ପାଇଁ ପିପିପି ମୋଡରେ ମେଡିକାଲ କଲେଜ ସହ ଜିଲ୍ଲା ହସ୍ପିଟାଲଗୁଡ଼ିକୁ ସଂଯୋଗ କରାଯିବ ଏବଂ ଯୁବ ଇଞ୍ଜିନିୟରମାନଙ୍କୁ ପୌରସଂସ୍ଥାରେ ଇଣ୍ଟର୍ଣ୍ଣସିପ ସୁଯୋଗ ପ୍ରଦାନ ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରାଯିବ।

Spread the love