February 23, 2024

Satya News

odia news channel

OUAT ପ୍ରଫେସରଙ୍କ ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା। ବିଚ୍ ରାସ୍ତା ହେଉ କିମ୍ବା ରାତି ଅଧରେ ଘର ଭିତରେ ପଶି ଲୁଟ୍‌ କରୁଛନ୍ତି ଲୁଟେରା।

ଓୟୁଏଟିର ଜଣେ ପ୍ରଫେସରଙ୍କ ଘରୁ ୭ ଲକ୍ଷ ଟଙ୍କାର ଗହଣା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଘରେ କେହି ନ ଥିବାବେଳେ କେହି ଦୁର୍ବୃତ୍ତ ପଶି ଲାପଟପ୍ ଓ ମୋବାଇଲ ସମେତ ଗହଣା ଚୋରି କରି ନେଇଛନ୍ତି। ଏନେଇ ସମ୍ପୃକ୍ତ ପ୍ରଫେସର ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ପ୍ରଫେସରଙ୍କ ଅଭିଯୋଗ ଆଧାର କ୍ରମେ ପୋଲିସ୍‌ ତନାଘନା ଚଳାଇଛି।

Spread the love