July 27, 2024

Satya News

odia news channel

ପେନସନ୍‌ଭୋଗୀଙ୍କୁ ଯିବାକୁ ପଡ଼ିବନି ଟ୍ରେଜେରି !

 

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ପେନସନ୍ ତଥା ପରିବାର ପେନସନଭୋଗୀମାନଙ୍କୁ ହାତ ପାହାନ୍ତରେ ସେବା ଯୋଗାଇବା ପାଇଁ ରାଜ୍ୟସରକାରଙ୍କ ଅର୍ଥବିଭାଗ ତରଫରୁ ସୁବିଧା କରାଯାଇଛି।

ଟ୍ରେଜେରିକୁ ନଯାଇ ପେନସନ୍ ତଥା ପରିବାର ପେନସନଭୋଗୀମାନେ IFMS ପୋର୍ଟାଲରୁ ଫର୍ମ ୧୬( ଆୟକର ଟିକସ) ଅନଲାଇନରେ ଡାଉନଲୋଡ କରିପାରିବେ। ପେନସନଭୋଗୀମାନେ ବରିଷ୍ଠ ନାଗରିକ ହୋଇଥିବାରୁ ସଂକ୍ରମଣ ଭୟଥିବାରୁ ଘରେ ରହି ଅନଲାଇନରେ ଫର୍ମ ପାଇପାରିବେ।

ଏହି ସୁବିଧା ରାଜ୍ୟ ସରକାରଙ୍କ ସମସ୍ତ ପେନସନ୍ ତଥା ପରିବାର ପେନସନଭୋଗୀ ଏବଂ ଓଡିଶାର ସମସ୍ତ ସହାଯ୍ୟପ୍ରାପ୍ତ ଶିକ୍ଷା ଅନୁଷ୍ଠାନ ଯେଉଁମାନେ ଟ୍ରେଜେରିରୁ ପେନସନ ଗ୍ରହଣ କରିଥାନ୍ତି ସମସ୍ତଙ୍କ ପାଇଁ ଲାଗୁ ହେବ।

Spread the love