July 27, 2024

Satya News

odia news channel

ଖର୍ଚ୍ଚକାଟ ପାଇଁ ବ୍ୟକ୍ତିଗତ ସହାୟକ ସଂଖ୍ୟା କମାଇଲେ ପ୍ରଧାନମନ୍ତ୍ରୀ

ଖର୍ଚ୍ଚକାଟ ପାଇଁ ବ୍ୟକ୍ତିଗତ ସହାୟକ ସଂଖ୍ୟା କମାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ମାନ୍ଦାବସ୍ଥାକୁ ନେଇ ବିରୋଧୀଙ୍କ ସମାଲୋଚନା ସହୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଖର୍ଚ୍ଚ କାଟ ପାଇଁ ନିଜ ବ୍ୟକ୍ତିଗତ ସହାୟକ ସଂଖ୍ୟା କମାଇ ଦେଇଛନ୍ତି l ତାଙ୍କ ବ୍ୟକ୍ତିଗତ ଷ୍ଟାଫ ପ୍ରାୟ 50% ହ୍ରାସ କରାଯାଇଥିବା ବେଳେ ପିଏମଓରେ
15% ଷ୍ଟାଫଙ୍କୁ ହଟାଇ ଦିଆଯାଇଛି l 7 ଲୋକ କଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ଆବାସ ତଥା ଅଫିସ ଏବଂ ପିଏମଓରେ ଏହି ଷ୍ଟାଫଙ୍କୁ ଅବ୍ୟାହତି ଦିଆଯାଇଛି l
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ
ତାଙ୍କ କ୍ୟାବିନେଟ ସହଯୋଗୀଙ୍କୁ କହିଥିଲେ ଯେ ସେମାନେ ନିଜ ମନ୍ତ୍ରଣାଳୟରେ ଅନ୍ୟୂନ 20% ଖର୍ଚ୍ଚ କାଟ କରନ୍ତୁ l ପ୍ରଧାନମନ୍ତ୍ରୀ ଦ୍ଵିତୀୟ ଇନିଂସ ଆରମ୍ଭ କରିବା ମାତ୍ରେ 2019 ମେ’ରେ ଏଭଳି ଖର୍ଚ୍ଚ କାଟ କରିବାକୁ ମନ ବଳେଇଥିଲେ l ଏବେ ‘ମିନିମମ ଗଭରମେଣ୍ଟ, ମେକ୍ସିମମ ଗଭରନାନ୍ସ’ କଥା ମନେ ପକାଇ ନିଜଠୁ ଅନୁକୂଳ କରିଛନ୍ତି ଖର୍ଚ୍ଚ କାଟ l

Spread the love