January 16, 2025

ପୋଲିସ୍‌ ସହ ଧସ୍ତାଧସ୍ତି ବେଳେ ଅଭିଯୁକ୍ତଙ୍କ ମୃତ୍ୟୁ

 

ପୁରୀ: ପୁରୀରେ ପୋଲିସ୍‌ ସହ ଧସ୍ତାଧସ୍ତି ବେଳେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି। ଏସ୍‌ପିଙ୍କ ସୂଚନା ଅନୁଯାୟୀ, କେ. ରମେଶ ନାମକ ବ୍ୟକ୍ତି ମାରଣାସ୍ତ୍ର ଧରି ବୁଲୁଥିବା ନେଇ ପୋଲିସ୍‌କୁ ଖବର ମିଳିଥିଲା।‌ ତାଙ୍କୁ ଧରିବାକୁ ଗଲା ବେଳେ ପୋଲିସ୍‌ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା। ପୋଲିସ୍‌ ସହ ଧସ୍ତାଧସ୍ତି ବେଳେ ସମ୍ପୃକ୍ତ ଅଭିଯୁକ୍ତ ଆହତ ହୋଇଥିଲେ। ଅଭିଯୁକ୍ତଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ପରେ ତାଙ୍କର ମୃତ୍ୟୁ ହୋଇଛି।

ଗାଇଡଲାଇନ୍ସ ଅନୁସାରେ, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ ବୋଲି ଏସ୍‌ପି କହିଛନ୍ତି। ଯୁବକଙ୍କ ମୃତଦେହ ବର୍ତ୍ତମାନ ପୁରୀ ମେଡିକାଲରେ ରହିଛି। ସେଠାରେ ବ୍ୟାପକ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି।

Spread the love