May 16, 2025

ରାଜ୍ୟରେ ୧୩ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର : ଆଜି ରାଜ୍ୟରେ ୧୩  କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧, ୨୯ ୭ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ଭୁବନେଶ୍ୱରରୁ, କଟକ, ନୂଆପଡା, ଅନଗୁଳ ଓ ବାଲେଶ୍ୱରରୁ ୨ ଜଣ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ସେହିପରି କେନ୍ଦୁଝର, ସମ୍ବଲପୁର, ଜଗତସିଂହପୁରରୁ ଜଣେ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି।

ସୂଚନାଥାଉ କି, ଆଜି ରାଜ୍ୟରେ  ୧,୬୧୭ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୭,୦୯୯ରେ ପହଞ୍ଚିଛି।

Spread the love