March 22, 2025

‘ମ୍ୟାନ୍‌ ଭରସେସ ୱାଇଲ୍‌ଡ’ ସୁଟିଂବେଳେ ରଜନୀକାନ୍ତ ଆହତ

ବେଙ୍ଗାଲୁରୁ,୨୯/୧: କର୍ଣ୍ଣାଟକର ବନ୍ଦିପୁର ଜଙ୍ଗଲରେ ‘ମ୍ୟାନ୍‌ ଭରସେସ ୱାଇଲ୍‌ଡ’ ସୁଟିଂ କରୁଥିବାବେଳେ ଏକ ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଛନ୍ତି ସାଉଥ ସୁପର୍‌ଷ୍ଟାର୍‌ ରଜନୀକାନ୍ତ। ବିୟର୍‌ ଗ୍ରିଲ୍‌ସଙ୍କ ସହ ନିଜ କାର୍ଯ୍ୟକ୍ରମର ସୁଟିଂ କରୁଥିବାବେଳେ ରଜନୀକାନ୍ତ ଆହତ ହେବା ପରେ ସୁଟିଂକୁ ଅଧାରୁ ବନ୍ଦ କରିଦିଆଯାଇଛି। ଏବେ ସେ ପୂରା ସୁସ୍ଥ ଥିବା ଜଣାପଡିଥିବାବେଳେ ନିରାପତ୍ତା ଦୃଷ୍ଟିରୁ ଗୋଟାଏ ଦିନ ପାଇଁ ସୁଟିଂ ବନ୍ଦ କରାଯାଇଛି। ଆଜି ଅର୍ଥାତ ଜାନୁଆରି ୨୯ ତାରିଖରେ ମଧ୍ୟ ରଜନୀକାନ୍ତଙ୍କୁ ସୁଟିଂ କରିବାର ଅନୁମତି ମିଳିନଥିବା ଜଣାପଡିଛି। ଅପରପକ୍ଷରେ ଏହି ସୁଟିଂବେଳେ ବିନା ଅନୁମତିରେ ‘ମ୍ୟାନ୍‌ ଭରସେସ ୱାଇଲ୍‌ଡ’ର କ୍ରିୟୁ ମେମ୍ବରମାନେ କିପରି ଡ୍ରୋନ୍‌ ବ୍ୟବହାର କଲେ ବୋଲି କର୍ଣ୍ଣାଟକ ବନ ବିଭାଗ ପକ୍ଷରୁ ଏକ ସ୍ପଷ୍ଟୀକରଣ ମଗାଯାଇଛି। ଆସନ୍ତା ୩୦ ତାରିଖରେ ବଲିଉଡ୍‌ ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାର ଏହି କାର୍ଯ୍ୟକ୍ରମରେ ନଜର ଆସିପାରନ୍ତି।

Spread the love