November 13, 2025

ନାବାଳିକା ବଳାତ୍କାର ଓ ହତ୍ୟା ଘଟଣାର ଦୋଷୀକୁ ଫାଶୀଦଣ୍ଡ

ଚଣ୍ଡୀଗଡ଼,୨୮/୧: ହରିୟାନାର ପଲବଲରେ ଜଣେ ୫ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ଅଭିଯୁକ୍ତକୁ କୋର୍ଟ ଦୋଷୀସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ଦୋଷୀ ଜଣକ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିପକାଇଥିଲା। ଏହା ପରେ ଉକ୍ତ ଖଣ୍ଡ ବିଖଣ୍ଡିତ ଶରୀରକୁ ଅଟା ଡବାରେ ଲୁଚାଇ ରଖିଥିଲା। ଏହି ଘଟଣାରେ ଦୋଷୀ ବୀରେନ୍ଦ୍ରର ମା’ ବି ପୁଅକୁ ସାହାଯ୍ୟ କରିଥିବାରୁ ମା’କୁ ବି କୋର୍ଟ ୭ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି। ସୂଚନା ଅନୁଯାୟୀ, ୨୦୧୮ ମସିହା ମେ ୩୧ରେ ପଲବଲର ଗଦାପୁରୀ ଗାଁ’ରେ ୨୭ ବର୍ଷର ଚାକର ବୀରେନ୍ଦ୍ର ତା’ ମାଲିକଙ୍କ ୫ ବର୍ଷର ଝିଅଙ୍କୁ ଅପହରଣ କରି ବଳାତ୍କାର କରିବା ପରେ ଝିଅଟିର ଶରୀରକୁ କାଟି ନିଜ ଘରେ ଅଟା ଡବାରେ ପୁରାଇ ରଖିଥିଲା। ପୋଲିସ ଖଣ୍ଡବିଖଣ୍ଡ ଶରୀରକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା।

Spread the love