July 26, 2024

Satya News

odia news channel

ଖସିପଡ଼ିଲା ବିମାନ: ୮୩ ମୃତ


ଆଫଗାନିସ୍ତାନର ଗଜନିରେ ବିମାନ ଦୁର୍ଘଟଣା
କାବୁଲ,୨୭ ।୧: ଆଫଗାନିସ୍ତାନର ସରକାରୀ ବିମାନ ଚଳାଚଳ ସଂସ୍ଥା ଆରିଆନା ଆଫଗାନ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ସୋମବାର ଦୁର୍ଘଟଣାଗସ୍ତ ହୋଇଛି । ଏଥିରେ ଥିବା ସମସ୍ତ ୮୩ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ଗଜନି  ପ୍ରଦେଶର ଡେହ ୟାକ୍ ଜିଲାସ୍ଥିତ ସାଦୋ ଖେଲ ଅଞ୍ଚଳରେ ସ୍ଥାନୀୟ ସମୟ ଅପରାହ୍ନ ୧ଟା ୧୦ ମିନିଟରେ ଏହି ଏୟାରକ୍ରାଫ୍ଟ ଖସିପଡ଼ିଥିବା ପରେ ଏଥିରେ ନିଆଁ ଲାଗିଯାଇଥିଲା । ଗଜନି ପ୍ରଦେଶ ତାଲିବାନ ନିୟନ୍ତ୍ରଣରେ ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିବା କୁହାଯାଉଛି ।

Spread the love