July 27, 2024

Satya News

odia news channel

ରାଜ୍ୟରେ ୨୫୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୫ ମାସର ଶିଶୁ ଆଖି ବୁଜିଲେ

 

ଭୁବନେଶ୍ୱର: ରାଜ୍ୟରେ ୩୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩୪ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ କ୍ୱାରେଣ୍ଟିନ ସେଣ୍ଟରରୁ ୧୩୬ ଏବଂ ଲୋକାଲ କଣ୍ଟାକ୍ଟ ୯୮ ରହିଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ସେହିପରି ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି।

ଆଜି ଅନୁଗୋଳରେ ସର୍ବାଧିକ ୩୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ପଛରେ ରହିଛି ସୁନ୍ଦରଗଡ। ସୁନ୍ଦରଗଡରୁ ୨୮ ରୋଗୀ ମିଳିଥିବାବେଳେ ଖୋର୍ଦ୍ଧାରୁ ୨୫, ମୟୂରଭଞ୍ଜରୁ ୧୭, ଯାଜପୁରରୁ ୧୬, ଝାରସୁଗୁଡାରୁ ୧୫, କଟକରୁ ୧୨, କେନ୍ଦ୍ରପଡ଼ାରୁ ୧୦, ସମ୍ବଲପୁରରୁ ୯ ଜଣ ଲେଖାଏ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

କନ୍ଧମାଳ, ମାଲକାନଗିରି,  କୋରାପୁଟ, ସୋନପୁରରୁ ଜଣେ ଲେଖାଏ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।  ସେହିପରି କଳାହାଣ୍ଡି, ବଲାଙ୍ଗୀରରୁ ୨ ଏବଂ ଦେବଗଡରୁ ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆଜି ୬ଟି ଜିଲ୍ଲାରୁ କୌଣସି କରୋନା ରୋଗୀ ବାହାରି ନାହାନ୍ତି।

ରାଜ୍ୟରେ ଭୁବନେଶ୍ୱରରୁ ଜଣେ ୬୦ ବର୍ଷ ବୟସ୍କ ମହିଳାଙ୍କର ମୃତ୍ୟୁ  ଘଟିଛି। ସେହିପରି ସୁନ୍ଦରଗଡର ଜଣେ ୭୨ ‍‍ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ତେବେ ଦୁଃଖର କଥା ରାୟଗଡାର ଜଣେ ୫ ମାସର ଶିଶୁ କରୋନାରେ ଆଖି ବୁଜିଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୮୬୪ରେ ପହଞ୍ଚିଲା।

ଗତକାଲି ରାଜ୍ୟରେ ୩୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।  ସେମାନଙ୍କ ମଧ୍ୟରୁ ୧୭୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୩୧ ଲୋକାଲ୍ କେସ୍ ଥିଲା। ସେହିପରି ଭୁବନେଶ୍ୱରର ୩୫ ବର୍ଷୀୟ ଯୁବକଙ୍କ ସମେତ ଗତକାଲି ୪ ଜଣଙ୍କର ମୃତ୍ୟୁ ଘଟିଥିଲା। 

ସୂଚନାଥାଉ କି,  ସାରା ବିଶ୍ୱରୁ  ଆଜି ସୁଦ୍ଧା ୮,୧୧,୫୦,୫୧୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୭,୭୨,୧୧୪ ଜୀବନ ନେଲାଣି କରୋନା। ସେହପରି ଭାରତରେ ବର୍ତ୍ତମାନ ସୁଦ୍ଧା୧,୪୭,୯୪୦ ଜଣ କରୋନାରେ ଆଖି ବୁଜି ସାରିଲେଣି। ଦେଶରେ ଏବେ କରୋନା ସଂକ୍ରମିତ ସଂଖ୍ୟା ୧,୦୨,୦୮,୭୨୫ ଥିବାବେଳେ  ୯୭,୮୨,୬୬୯  ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି।

Spread the love