December 8, 2025

ବିଜେପିରେ ସାମିଲ ହେଲେ ସାଇନା ନେହଓ୍ଵାଲ୍‌

ନୂଆଦିଲ୍ଲୀ,୩୦/୧: ଭାରତୀୟ ଜନତା ପାର୍ଟି(ବିଜେପି)ରେ ବୁଧବାର ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା ନେହଓ୍ଵାଲ୍‌ ଯୋଗ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ତାଙ୍କ ପାଇଁ ଦିନଟି ବେଶ ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି କଠିନ ପରିଶ୍ରମୀ ଲୋକମାନଙ୍କୁ ମୁଁ ସର୍ବଦା ପ୍ରଶଂସା କରେ। ମୋତେ ସୁଯୋଗ ଦେଇଥିବାରୁ ମୁଁ ବିଜେପି ନିକଟରେ କୃତଜ୍ଞ। ଏଥିସହ ମିଳିବାକୁ ଥିବା ନୂତନ ଦାୟିତ୍ୱକୁ ସେ ଅପେକ୍ଷା କରିଥିବା ପ୍ରକାଶ କରିଛନ୍ତି। ସାଇନାଙ୍କ ସହ ବଡ଼ ଭଉଣୀ ଚନ୍ଦ୍ରାଂଶୁ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ସାଇନାଙ୍କୁ ବିଜେପିର ଜାତୀୟ ସଚିବ ଅରୁଣ ସିଂହ ଦଳରେ ସାମିଲ କରାଇଛନ୍ତି। ଏହା ପରେ ସାଇନା ଓ ତାଙ୍କ ଭଉଣୀ ବିଜେପି ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ ଭେଟିଥିଲେ। ସୂଚନାଯୋଗ୍ୟ, ୨୯ ବର୍ଷୀୟ ସାଇନା ନେହଓ୍ଵାଲ୍‌ ଅଦ୍ୟାବଧି ୧୪ଟି ପ୍ରମୁଖ ଟାଇଟଲ୍‌ ହାସଲ୍‌ କରିଛନ୍ତି।

Spread the love