February 15, 2025

ରାଜ୍ୟ ବିଜେପି ମଙ୍ଗ ଧରିବେ ସମୀର ମହାନ୍ତି

ଭୁବନେଶ୍ୱର,୧୬/୧: ରାଜ୍ୟ ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ଦଳର ରାଜ୍ୟ ସଭାପତି ହେବା ପ୍ରାୟତଃ ସ୍ଥିର ହୋଇଛି। ସର୍ବସମ୍ମତିକ୍ରମେ ତାଙ୍କୁ ଦଳର ସଭାପତି ପ୍ରାର୍ଥୀ ମନୋନୀତ କରାଯାଇଥିବା ସୂଚନା ମିଳିଛି। ୨୦୧୬ରୁ ରାଜ୍ୟ ବିଜେପି ଉପସଭାପତି ଥିଲେ ସମୀର ମହାନ୍ତି। ତେବେ ଖୁବଶୀଘ୍ର ସେ ନାମାଙ୍କନ ଦାଖଲ କରିବେ ଏବଂ ଆସନ୍ତାକାଲି ତାଙ୍କର ନିଯୁକ୍ତିକୁ ବିଧିବଦ୍ଧ ଘୋଷଣା କରାଯିବ। ଶ୍ରୀ ମହାନ୍ତି ଛାତ୍ରଜୀବନରୁ ରାଜନୀତିରେ ପାଦ ଦେଇଥିବାବେଳେ ୧୯୭୭ ମସିହାରେ ଏବିଭିପିରେ ଯୋଗ ଦେଇଥିଲେ। ୧୯୯୫ରେ ସେ ବିଜେପିର ଭୁବନେଶ୍ବର ଜିଲ୍ଲା ଉପସଭାପତି ଭାବେ ସାଂଗଠନିକ ଦାୟିତ୍ବ ନିର୍ବାହ କରିଥିଲେ। ୨୦୦୦ରେ ରାଜ୍ୟ ବିଜେପିର ସ‌ାଧାରଣ ସମ୍ପାଦକ ହୋଇଥିଲାବେଳେ ୨୦୦୯ରେ ଭୁବନେଶ୍ୱର ଏକାମ୍ର  ବିଧାନସଭା ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। ତେବେ ୨୦୧୯ ନିର୍ବାଚନରେ ସେ ପ୍ରତ୍ୟକ୍ଷ ରାଜନୀତିକୁ ନଓହ୍ଲାଇ ଦଳର ସାଂଗଠନିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ।

Spread the love