February 15, 2025

ଏଲଟିଟି ଏକ୍ସପ୍ରେସ ଦୁର୍ଘଟଣା: ୪ ନିଲମ୍ବିତ

କଟକ,୧୭/୧: କଟକ ନିର୍ଗଣ୍ଡି ନିକଟରେ ଲୋକାମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁତ ହେବା ଘଟଣାରେ ଗୁରୁବାର ୪ ଜଣଙ୍କୁ ନିଲମ୍ବନ କରାଯାଇଛି। ନିର୍ଗୁଣ୍ଡି ଷ୍ଟେସନ ମାଷ୍ଟର, ମାଲଗାଡିର ପାଇଲଟ ଓ ଗାର୍ଡଙ୍କ ସମେତ ଏଲଟିଟି ଏକ୍ସପ୍ରେସର ସହକାରୀ ଲୋକୋ ପାଇଲଟ୍ ନିଲମ୍ବିତ ହୋଇଛନ୍ତି। ଏ ନେଇ ପୂର୍ବତଟ ରେଳ ବିଭାଗ ସୂଚନା ଦେଇଛି। ସୂଚନାଯୋଗ୍ୟ, ଘନ କୁହୁଡ଼ି ଯୋଗୁଁ ମାଲଗାଡ଼ି ସହ ଧକ୍କାହେବା ପରେ ନିର୍ଗୁଣ୍ଡି ଷ୍ଟେସନ ନିକଟରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା। ଏଥିରେ ୭ଟି ବଗି ଲାଇନଚ୍ୟୁତ ହୋଇଥିବାବେଳେ ୪ଟି ବଗି କ୍ଷତିଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବାବେଳେ ୧୦ଜଣ ଗୁରୁତର ହୋଇଥିଲେ।

Spread the love