ଭୁବନେଶ୍ୱର,୧୭/୧: ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଭାବେ ଶୁକ୍ରବାର ସମୀର ମହାନ୍ତି ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବ ସଭାପତି ବସନ୍ତ ପଣ୍ଡାଙ୍କଠାରୁ ସେ ଦାୟିତ୍ୱ ନେଇଛନ୍ତି। ସୂଚନା ଅନୁଯାୟୀ, ଗୁରୁବାର ଶ୍ରୀ ମହାନ୍ତି ନିଦ୍ୱର୍ନ୍ଦ୍ୱରେ ରାଜ୍ୟ ବିଜେପି ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ତେବେ ୨୦୧୬ରୁ ସେ ରାଜ୍ୟ ବିଜେପି ଉପସଭାପତି ଥିଲେ। ଏବିଭିପିରୁ ଛାତ୍ର ରାଜନୀତିରେ ଲଢ଼ି ସେ ବିଜେପିରେ ମିଶିଥିଲେ। ମାତ୍ର ୨୦୦୯ରେ ଭୁବନେଶ୍ୱର ଏକାମ୍ର ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍