March 5, 2026

ସଞ୍ଜୀବ ପାଣିଗ୍ରାହୀ ହେବେ ଓଡ଼ିଶା ହାଇକୋର୍ଟ ବିଚାରପତି

ଭୁବନେଶ୍ୱର,୮/୨: ସୁପ୍ରିମ କୋର୍ଟରେ ଆଇନଜୀବୀ ଥିବା ସଞ୍ଜୀବ ପାଣିଗ୍ରାହୀ ହେବେ ଓଡ଼ିଶା ହାଇକୋର୍ଟ ବିଚାରପତି। ତାଙ୍କୁ ରାଷ୍ଟ୍ରପତି ବିଚାରପତି ଭାବେ ନିଯୁକ୍ତି ଦେଇଥିବା ଜଣାପଡିଛି। ଶ୍ରୀ ପାଣିଗ୍ରାହୀଙ୍କ ନିଯୁକ୍ତି ନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ତାଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟ ଜଜ୍ ସଂଖ୍ୟା ୧୫ ହେବ। ବଲାଙ୍ଗିରର ସଞ୍ଜୀବ ପାଣିଗ୍ରାହୀ ବେଙ୍ଗାଲୁରୁରୁ ଏଲ୍‌ଏଲ୍‌ଏମ୍‌ ଡିଗ୍ରୀ ହାସଲ କରିଥିବାବେଳେ ୧୫ ବର୍ଷ ଧରି ସେ ସୁପ୍ରିମ୍‌ କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି।

Spread the love